Home ଜିଲ୍ଲା ପରିକ୍ରମା ଜିଲ୍ଲା ବିଜେପି ପକ୍ଷରୁ ବଳିଦାନ ଦିବସ

ଜିଲ୍ଲା ବିଜେପି ପକ୍ଷରୁ ବଳିଦାନ ଦିବସ

77

ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଜନସଂଘର ପ୍ରତିଷ୍ଠାତା ମହାନ ଜନନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ଆଜି ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବରିଷ୍ଠ ବିଜେପି ନେତା ଶୋଭନା ମହାନ୍ତି, ଗୌରାଙ୍ଗ ଦାସ, ବିଭୂପଦ ଦାସ, ଚନ୍ଦ୍ରଶେଖର ନନ୍ଦ, ଚିତ୍ତରଂଜନ ପଣ୍ଡା, ଚନ୍ଦ୍ର ବିନ୍ଦୁ ଦାସ, ଶ୍ରୀନିବାସ ପ୍ରଧାନ, ରଣଜିତ୍ ପୃଷ୍ଟି, ରଣଜିତ୍ ମହାନ୍ତି ପ୍ରମୁଖ ଯୋଗଦେଇ ଅଖଣ୍ଡଭାରତ ନିର୍ମାଣରେ ମହାନ ଜନନାୟକଙ୍କ ଉଦ୍ୟମ ଓ ବଳିଦାନକୁ ସମସ୍ତେ ମନେ ପକାଇଥିଲେ। ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ସାମ୍ପ୍ରତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ବକ୍ତାମାନେ କହିଥିଲେ। ସ୍ୱର୍ଗତ ମୁଖାର୍ଜୀ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସମ୍ବିଧାନ ପ୍ରଣୟନ କମିଟିରେ ଥାଇ ଜାମୁ କାଶ୍ମିରରେ ୩୭୦ ଧାରା ଲାଗୁକୁ ବିରୋଧ କରିଥିଲେ। ଏମିତିକି ପରବର୍ତ୍ତୀ ସମୟରେ ସମ୍ବିଧାନରୁ ଏହି ଧାରାକୁ ଉଚ୍ଛେଦ ପାଇଁ ସେ ଆଜୀବନ ଚେଷ୍ଟା ମଧ୍ୟ କରିଥିଲେ। ଏମିତିକି ଏହି ୩୭୦ ଧାରା ଉଚ୍ଛେଦ ଅଭିଯାନରେ ସେ ପ୍ରାଣଦାନ କରିବାକୁ ପଛଘୁଞ୍ଚା ଦେଇ ନଥିଲେ ବୋଲି ବିଜେପି ସଭାପତି ଶ୍ରୀ ମହାପାତ୍ର କରିଥିଲେ। ତାଙ୍କର ବଳିଦାନକୁ ଏ ଦେଶ କେବେ ପାଶୋରିବ ନାହିଁ ବୋଲି ବକ୍ତମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ନିରବ ପ୍ରାର୍ଥନା ମାଧ୍ୟମରେ ମହାନ ଜନନାୟକଙ୍କ ପ୍ରତି ସମସ୍ତେ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.