Home ଜିଲ୍ଲା ପରିକ୍ରମା ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲ୍ଲପାଳଙ୍କୁ ଦାବିପତ୍ର

ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲ୍ଲପାଳଙ୍କୁ ଦାବିପତ୍ର

110

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଜିଲ୍ଲା ବାସୀଙ୍କୁ ଏକ କର୍ପୋରେଟ ହସ୍ପିଟାଲ ଭଳି ଲାଗୁଥିବା ବେଳେ ଡାକ୍ତରଙ୍କ ଅଭାବ ଓ ନର୍ସିଙ୍ଗ ଷ୍ଟାଫମାନେ ବେଡ଼ ରେ ଥିବା ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ନହେବା ଜିଲ୍ଲା ବାସୀଙ୍କୁ ବ୍ୟଥିତ କରିବାସହ ସିଡିଏମଓ ଙ୍କ କାର୍ଯାଳୟ ଟି ନୂଆବଜ଼ାର ପୁରୁଣା ହସ୍ପିଟାଲ ରେ କାର୍ଯ୍ୟ କରୁଥିବାରୁ ନୂଆ ହସ୍ପିଟାଲ ରେ ସିଡିଏମଓ ରହୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜିଲ୍ଲା ହସ୍ପିଟାଲ ରେ ଏମ ଆର ଆଇ, ଇକୋ ପାଇଁ ପ୍ରକୋଷ୍ଠ ମାନ ତିଆରି ହୋଇଥିବା ସ୍ଥଳେ ସରକାର ଉକ୍ତ ମେସିନ ଯୋଗାଇବା ସହ ପୋଷ୍ଟ ମର୍ଟମ ରୁମ ଓ ବ୍ଲଡ଼ ବ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦ୍ୱୟ ପୁରୁଣା ହସ୍ପିଟାଲ ରୁ ନୂଆ ହସ୍ପିଟାଲକୁ ସ୍ଥାନାନ୍ତର କଲେ ଜିଲ୍ଲାବାସୀ ଗୋଟିଏ ହସ୍ପିଟାଲ ରେ ସମସ୍ତ ମୌଳିକ ସୁବିଧା ପାଇପାରିବେ । ଏ ନେଇ ଜିଲ୍ଲାପାଳଙ୍କ ସହ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପାଦେଷ୍ଟା ଶଶିକାନ୍ତ ପାଢ଼ୀ, ଇନ୍ଦ୍ରମଣି ପଣ୍ଡା, କୋଷାଧକ୍ଷ ବିଜୟ କୁମାର ସେନାପତି, ରାଧାରାଣୀ ମହାପାତ୍ର, ଉତ୍ପଳା ନାୟକ, ଦିଲ୍ଲୀପ ନାୟକ, ଭଦ୍ରକ ବରିଷ୍ଠ ସଂଘର ସଭାପତି ଭାଗବତ ତ୍ରିପାଠୀ, ସମ୍ପାଦକ ବିଚିତ୍ରାନନ୍ଦ ମହାନ୍ତି, ଅର୍ଣ୍ଣପାଳ ସଂଘର ସଭାପତି ରଘୁନାଥ ସାହୁ, ରାଣୀତାଲ ସଂଘ ର ସଭାପତି ଭାଗିରଥି ନାୟକ, ସମ୍ପାଦକ ଦଶରଥ ପଣ୍ଡା, ଚରମ୍ପା ସଙ୍ଘର କାର୍ଯ୍ୟକାରୀ ସଭାପତି ନରସିଂହ ମିଶ୍ର, ସାହାଡ଼ା ସାବରଙ୍ଗ ସଂଘର ବାଦଲ କୁମାର ମହାପାତ୍ର, ରାନ୍ଦିଆ ସଂଘ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ସ୍ୱାଇଁ, ସମ୍ପାଦକ ରାମଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ଗୌରାଙ୍ଗ ବାରିକ, ବନ୍ତ ସଂଘର ସମ୍ପାଦକ ଭାସ୍କର ଚନ୍ଦ୍ର ପାଢ଼ୀ ଆଲୋଚନା କରିଥିଲେ। ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ରୋଗୀସେବାକୁ ପ୍ରାଥମିକତା ଦେବାପାଇଁ ସବୁବେଳେ ତତ୍ପରତା ଦେଖାଇବା ସଙ୍ଗେ ସଙ୍ଗେ ଖୁବ୍ ଶୀଘ୍ର ଉକ୍ତ ସେବାମାନ ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ଓ ରାଜ୍ୟ ସରକାର ଙ୍କୁ ଅବଗତ କରି ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବେ ବୋଲି ପ୍ରକାଶ କରିଥିଲେ। ଏ ସଂପର୍କରେ ଆମ ଜିଲ୍ଲାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଅବଗତ କରିବା ସହ ଦାବିପତ୍ର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.