Home ଜିଲ୍ଲା ପରିକ୍ରମା ଜିଲ୍ଲା ପାଇଁ ଗର୍ବ ଆଣିଲେ ନମ୍ରତା, ଜାତୀୟ ସ୍ତରୀୟ ମହିଳା ୨୩ ବର୍ଷରୁ କମ୍ କ୍ରିକେଟ...

ଜିଲ୍ଲା ପାଇଁ ଗର୍ବ ଆଣିଲେ ନମ୍ରତା, ଜାତୀୟ ସ୍ତରୀୟ ମହିଳା ୨୩ ବର୍ଷରୁ କମ୍ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ନମ୍ରତା ମନୋନୀତ

4

ଭଦ୍ରକ, ୨ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଜାତୀୟ ସ୍ତରୀୟ ୨୩ ବର୍ଷରୁ କମ୍ ମହିଳା କିକେଟ୍ ପ୍ରତିଯୋଗିତା ନିମନ୍ତେ ଓଡିଶା ମହିଳା ଦଳରେ ଭଦ୍ରକରୁ ନମ୍ରତା ସ୍ୱାଇଁ ମନୋନୀତ ହୋଇଛନ୍ତି। ପଣ୍ଡିଚେରୀରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ୨୩ ବର୍ଷରୁ କମ୍ ମହିଳା କ୍ରିକେଟ୍ ପ୍ରତିଯୋଗିତା ଟି ୫ ମାର୍ଚ୍ଚ ରୁ ଆରମ୍ଭ ହୋଇ ୧୩ ମାର୍ଚ୍ଚ ୨୦୨୫ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ମହିଳା ଦଳରେ ଭଦ୍ରକ ଜିଲ୍ଲାର ରୁ ନମ୍ରତା ସ୍ଥାନ ପାଇଲା ପରେ ଅନ୍ୟ ଖେଳାଳୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ଭଦ୍ରକ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ସ୍ଥିତ ସଞ୍ଜିବ୍ କୁମାର ସ୍ୱାଇଁ ଓ ସବିତା ସ୍ୱାଇଁ ଙ୍କ ଏକମାତ୍ର କନ୍ୟା ଅଟନ୍ତି। ନମ୍ରତା ୨୦୧୭ ମସିହା ରୁ ନିଜର କ୍ରିକେଟ କେରିଅର୍ ଜଗନ୍ନାଥପୁର କ୍ରିକେଟ୍ କ୍ଳବ୍ ରେ ପ୍ରଜ୍ଞା ପାରମିତା ସାମଲଙ୍କ ତତ୍ୱାବଧାନରେ ଓ ମନୋଜ କୁମାର ସାହୁ ଙ୍କ ଅଧିନରେ ନିଜର ଅଭ୍ୟାସ ଜାରି ରଖିଥିଲେ । ପରେ ପରେ ଭଦ୍ରକ ଜିଲ୍ଲା ର କ୍ରିକେଟ କୋଚ ତଥା ଜେସିସି କୋଚ ଅସିତ ଦାସ ଙ୍କ ମାର୍ଗ ଦର୍ଶନ ରେ ଅଭ୍ୟାସ କରୁଅଛନ୍ତି । ଏଥିପାଇଁ ଭଦ୍ରକ ଜିଲ୍ଲା କ୍ରିକେଟ ସଂଘ ର ସଂପାଦକ ଧିରେନ୍ ପଲାଇ,ସଭାପତି ଉପେନ୍ଦ୍ର ବାରିକ୍ ଶୁଭେଚ୍ଛା ଜଣାଇବା ସହିତ କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ଓ ଷ୍ଟ୍ରେଙ୍ଗଦେନିଙ୍ଗ୍ କୋଚ୍ ପୂର୍ଣ୍ଣେନ୍ଦୁ ଜେନା , ଅସିତ୍ ଦାସ୍ , କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁ , ଦେବବ୍ରତ ଜେନା ,କ୍ଷିତିଶ୍ ମହାନ୍ତି ଓ ଜେ ସି ସି କ୍ଳବ ର ସମସ୍ତ ସଦସ୍ୟ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଚ୍ଚ କୋଟୀର ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭ ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.