Home ଜିଲ୍ଲା ପରିକ୍ରମା ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଜିଲ୍ଲା ଧାନ ସଂଗ୍ରହ କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

236

ଯାଜପୁର ୩ା୩(ଓଡିଆ ପୁଅ)ଜିଲ୍ଲାରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ନିୟମ ଭିତିକ କରିବା ସହ ଯେପରି ଅଭାବି ବିକ୍ରି ନ ହୁଏ ଓ ଟୋକନ ପ୍ରାପ୍ତ ଚାଷୀଙ୍କ ଠାରୁ ସଠିକ ଭାବେ ଧାନ ସଂଗ୍ରହ କରାଯାଏ, ସେହି ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଧାନ ସଂଗ୍ରହ କମିଟି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଯୋଗଦେଇ କୋରାଇ ବିଧାୟକ ଅଶୋକ କୁମାର ବଳ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ସମସ୍ୟା ସଂପର୍କରେ ବିଧାନ ସଭାରେ ଆଲୋଚନା ପରେ ଏହି ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଚ୍ଥି ବୋଲି କହିଥିଲେ ।

 

ଯେ ହେତୁ ଟୋକନ ବ୍ୟବସ୍ଥା କରାଯାଇଚ୍ଥି ଓ ଚାଷୀମାନେ ଟୋକନ ପାଉଚ୍ଥନ୍ତି ତେବେ ଧାନ ବିକ୍ରି ସମୟରେ କେତେକ ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଚ୍ଥି ।  ଠିକ୍ ସମୟରେ ଧାନ ମଣ୍ଡିରୁ ନ ଉଠିବା, ମିଲର ମାନେ ଠିକ୍ ସମୟରେ ମଣ୍ଡିରେ ନ ପହଂଚିବା, ଅନେକ ଚାଷୀ ପଞ୍ଜିକୃତ ହୋଇ ନଥିବାରୁ ଧାନ ବିକ୍ରୟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଚ୍ଥନ୍ତି ବୋଲି ସେ କହିବା ସହ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଉପରେ ôଗରୁତ୍ୱ ଦେଇଥିଲେ ।  ଜିଲ୍ଲାରେ ଏହାର ସମାଧାନର ପ୍ରସ୍ତାବ ଗୁଡିକୁ ସରକାରଙ୍କୁ ଅବିଳମ୍ୱେ ପ୍ରଦାନ କରାଗଲେ ସେ ସଂପର୍କରେ ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ କହିଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଚାଷୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ନ କରି ଯେପରି ସହଜ ଓ ସରଳ ଭାବେ ତାଙ୍କ ଠାରୁ ଧାନ ସଂଗ୍ରହ ସହ ଊଚିତ ପ୍ରାପ୍ୟ ପ୍ରଦାନ କରାଯାଏ, ସେଥିପ୍ରତି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନେ ଉତରଦାୟୀ ଭାବେ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ ।  ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଚାଷୀ ସମ୍ମାନର ସହ ଯେପରି ମଣ୍ଡିରେ ବିନା ଅସୁବିଧାରେ ଧାନ ଦେଇପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ମତବ୍ୟକ୍ତ କରିଥିଲେ ।  ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ କ୍ରୟରେ କୈାଣସି ଅନିୟମିତତା ବା ଚାଷୀ ମାନଙ୍କୁ ହଇରାଣ କରାଗଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଥିଲେ ।  ଊପଜିଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଚାଷୀ ମାନେ କୈାଣସି କ୍ଷେତ୍ରରେ ଅବହେଳାର ଶିକାର ହେଲେ ଓ ଅଭିଯୋଗ କଲେ ତାହାର ତୁରନ୍ତ ସମାଧାନ କରି ଧାନ କ୍ରୟକୁ ତ୍ୱରାନ୍ୱିତ ପାଇଁ ଅନୁରୋଧ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ  ଏ.ଆର.ସି.ଏସ୍‌. ସ୍ୱାତୀବାଳା ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଳାଦ ସେଠୀ, ବିଧାୟକ ମାନଙ୍କ ପ୍ରତିନିଧି, ମିଲର, ଚାଷୀ, ପ୍ରତିନିଧି ପ୍ରମୁଖ  ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଚଳିତ ବର୍ଷ ୩୨୪୬୪ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ବର୍ତମାନ ସୁଦ୍ଧା ୨୧୧୪୮ ଜଣ ଧାନ ବିକ୍ରୟ କରିଚ୍ଥନ୍ତି ।  ମୋଟ ୧୧୬୯୧୧୭.୬୪ କ୍ୱିଣ୍ଟାଲ ଧାନ ସଂଗ୍ରହର ଧାର‌୍ୟ୍ୟଲକ୍ଷ୍ୟ ମଧ୍ୟରୁ ବର୍ତମାନ ସୁଦ୍ଧା ୧୦୮୫୧୮୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଚ୍ଥି ବୋଲି ଯୋଗାଣ ବିଭାଗ ସୂତ୍ରରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.