ମାଲକାନଗିରି,୨୬ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଦୌରାଜଜ ଏସ.ରେଖାପ୍ରସାଦ ଜଣେ ହତ୍ୟାକାରି ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରବା ସହ ୧୦ହଜାରଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି । ମୋଟ ୨୨ଜଣ ଶାକ୍ଷୀପ୍ରମାଣ କୁ ଭିତି କରି ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । ସୁଚନା ଯୋଗ୍ୟ ଯେ ଚିତ୍ରକୋଣ୍ଡା ଥାନାସ୍ଥ ଦାନ୍ତୁନଗୁଡା ଗ୍ରାମର ବୁଦୁ ପୁଜାରିଙ୍କ ପୁଅ ପଣ୍ଡାପୁଜାରୀ ନିଜ ପତ୍ନୀ ଙ୍କ ସହିତ ଟନେଲକ୍ୟାମ୍ପ ଠାରେ ରହୁଥିଲେ ,ଗତ ୨୦୧୯ ମସିହା ଅକ୍ଟୋବର ମାସ ୨୬ ତାରିଖ ଦିନ ତାଙ୍କ ଶଶୂରଙ୍କ ସାନଭାଇଙ୍କ ମୃତ୍ୟୁ ଖବର ପାଇ ଶଶୂରଙ୍କ ଘରକୁ ଯାଇ ସେ ଫେରୁଥିବା ବେଳେ ତାଙ୍କ ସଡୁ ଦିନା ସିସା ଙ୍କ ସହିତ ଭେଟ ହୋଇଥିଲା । ସେ ଦୁହେଁ ନିଜଘରକୁ ଫେରି ରାତିରେ ଶୋଇଥିଲେ, ଦୀନା ସିସା କୌଣସି କାରଣରୁ ସଡୁ ପଣ୍ଡା ପୂଜାରୀଙ୍କୁ ହତ୍ୟାକରି ଫେରାର ହୋଇ ଯାଇଥିଲା । ତାପର ଦିନ ପଣ୍ଡା ପୁଜାରୀଙ୍କ ବାପା ଚିତ୍ରକୋଣ୍ଡା ଥାନାରେ ଏତଲା ଦେବାପରେ ଚିତ୍ରକୋଣ୍ଡା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉକରି ଅଭିଯୁକ୍ତ ଦିନା ସିସାକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ସେହି ମାମଲାଟି ଜିଲ୍ଲା ଦୌରାଜଜ ଅଦାଲତରେ ବିଚାର ଚାଲିଥିଲା । ମୋଟ ୨୨ଜଣ ଶାକ୍ଷ୍ୟପ୍ରମାଣ କୁ ଭିତିକରି ଜିଲ୍ଲା ଦୌରାଜଜ ଏସ.ରେଖାପ୍ରସାଦ ଅଭିଯୁକ୍ତ ଦିିନା ସିସା କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାସହିତ ୧୦ହଜାର ଟଙ୍କା ଜରିମାନା ଆଦାୟ ନେଇ ନିର୍ଦ୍ଦେଶ ଦେଇଛନ୍ତି,ଜରିମାନା ଅନାଦୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡ ରେ ଦଣ୍ଡିତ ହେବା ପାଇଁ ରାୟ ଦେଇଥିବାର ଜଣାପଡିଛି ।