Home ଜିଲ୍ଲା ପରିକ୍ରମା ଜିଲ୍ଲା ଦକ୍ଷତା କମିଟି ବୈଠକ

ଜିଲ୍ଲା ଦକ୍ଷତା କମିଟି ବୈଠକ

26

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ଦକ୍ଷତା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରମୁଖ ଅଧିକାରୀ ତଥା ଶିଳ୍ପାନୁଷ୍ଠାନ କର୍ମକର୍ତ୍ତା ମିଶି ୨୫ଜଣ ଯୋଗଦାନ କରିଥିଲେ। କମିଟିର ଆୟୋଜକ ତଥା ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ, ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ ଯୋଜନାର ଫଳାଫଳ ଉପରେ ଜିଲ୍ଲାପାଳ ତଥା ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଚାହିଦା ଥିବା ଦକ୍ଷତା କାର୍ଯ୍ୟକ୍ରମକୁ ନେଇ ନୂତନ ଦକ୍ଷତା ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ତଥ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ଆଣି ଅନ୍ୟ ଏକ ସବ୍‌କମିଟି ମାଧ୍ୟମରେ ଅନୁମୋଦନ ନିମନ୍ତେ ସିଦ୍ଧାନ୍ତ ନିଆଗଲା। ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ନିଜ ବିଭାଗରେ ନିଯୁକ୍ତି ଚାହିଦା ଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ। କିନ୍ନରମାନଙ୍କର ବିକଳ୍ପ ରୋଜଗାର ନିମନ୍ତେ ଜିଲ୍ଲାରେ ଏକ ସ୍ୱତନ୍ତ୍ର ତାଲିମ୍‌ର ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାରେ ଏମ୍‌.ଏସ୍‌.ଡ଼ି.ଇ. ଅଧିନରେ ଯୋଗଦେଇଥିବା ଏମ୍‌.ଜି.ଏନ୍‌.ଏଫ୍‌. ସମସ୍ତ ବିଭାଗ ସହିତ ସଂଯୋଗ ରଖି ସମସ୍ତ ଆବଶ୍ୟକୀୟ ତଥ୍ୟ ଆଣି ନୂତନ ଦକ୍ଷତା ବିକାଶ ଯୋଜନା ପ୍ରସ୍‌ୁତ କରି ତୁରନ୍ତ ଏକ ବୈଠକ ମାଧ୍ୟମରେ ଅନୁମୋଦନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକ ଶେଷରେ ଜିଲ୍ଲା ନିୟୋଜନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.