Home କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

92

କେନ୍ଦ୍ରାପଡ଼ା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସରକାରୀ ଚାକିରୀରୁ ଅବସର ନେଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକସନ ଅଫିସର ଅଜୟ କୁମାର ଦାସ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ସକୁନ୍ତଳା ସ୍ୱାଇଁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିସହିତ ସେମାନଙ୍କ କାର୍ଯ୍ୟକାଳ ସମୟରେ ସେମାନଙ୍କ ଦାୟୀତ୍ୱ ବୋଧତା, କର୍ତ୍ତବ୍ୟ ପରାୟଣତା ପ୍ରଭୃତି ସମ୍ପର୍କରେ ଅବତାରଣା କରାଯାଇ ସେମାନଙ୍କ ଅବସର ନିରାମୟ ଜୀବନକାମନା କରାଯାଇଥିଲା। ଏତଦବ୍ୟତିତ ନୂତନ ଭାବେ ସରକାରୀ ଚାକିରୀରେ ଯୋଗଦେଇଥିବା କନିଷ୍ଠ ରାଜସ୍ୱ ସହାୟକମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଷ୍ଟାଫ କମିଟି ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ପ୍ରଦିପ କୁମାର ଦାସ, ଶୈଳେନ୍ଦ୍ର କୁମାର ପ୍ରଧାନ, ଦିବ୍ୟରଞ୍ଜନ ବେହେରା, ପୂର୍ବତନ କର୍ମଚାରୀ କିଶୋର କର ଓ ଅକ୍ଷୟ କୁମାର ନାୟକ, କର୍ମଚାରୀ ମହେନ୍ଦ୍ର କୁମାର ସାହୁ, ଶୁଭେନ୍ଦୁ ତ୍ରିପାଠୀ, ରୁଦ୍ର ନାରାୟଣ ସାହୁ, ଉମେଶ କୁମାର ବେହେରା, ଭୀମସେନ କାନ୍ଦ୍ରା, ଗୈାରାଙ୍ଗ ଚରଣ କର, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.