Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଜନାଭିଯୋଗ ଶୁଣାଣି ଶିବିର, ୧୫୭ ଅଭିଯୋଗ ଆଗତ, ୨ ଲକ୍ଷ ୨୬...

ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଜନାଭିଯୋଗ ଶୁଣାଣି ଶିବିର, ୧୫୭ ଅଭିଯୋଗ ଆଗତ, ୨ ଲକ୍ଷ ୨୬ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର

14

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିମାସ ପରି ଅଗଷ୍ଟ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୫୭ ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୩୦ ଟି ବ୍ୟକ୍ତିଗତ ସମସ୍ୟା ଓ ୨୭ ଟି ସାମୂହିକ ସମସ୍ୟା ଭିତିକ ଅଭିଯୋଗ ଥିଲା । ତନ୍ମଧ୍ୟରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ସମ୍ବନ୍ଧୀୟ ୧୦ଟି ଓ ରେଡ଼କ୍ରସ ସମ୍ବନ୍ଧୀୟ ୬ଟି ଆବେଦନ ଥିଲା । ୨ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ସୂଚନା ଯୋଗ୍ୟକି ସି.ଏମ୍‌.ଆର୍‌.ଏଫ୍ ସମ୍ବନ୍ଧୀୟ ୧୦ ଜଣ ଆବେଦନକାରୀଙ୍କୁ ସମୁଦାୟ ୧ ଲକ୍ଷ ୭୬ ହଜାର ଓ ରେଡ଼କ୍ରସ ସମ୍ବନ୍ଧୀୟ ୬ ଜଣ ଆବେଦନକାରୀଙ୍କୁ ସମୁଦାୟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି । ସି.ଏମ୍‌.ଆର୍‌.ଏଫ୍ ସମ୍ବନ୍ଧୀୟ ଆବେଦନକାରୀ ତିହିଡ଼ିର ରତ୍ନାବତୀ ମହାପାତ୍ରଙ୍କୁ ୨୦ ହଜାର, ଅକ୍ଷୟ କୁମାର ରାଉତଙ୍କୁ ୧୫ ହଜାର ଓ ସୁକାନ୍ତ ମହାଳିକଙ୍କୁ ୩୦ ହଜାର ନଳାଙ୍ଗର ପ୍ରସନ୍ନ କୁମାର ତ୍ରିପାଠୀଙ୍କୁ ୨୦ ହଜାର, କୁମାରପୁରର ଗାୟଧର ସାହୁଙ୍କୁ ୧୨ ହଜାର ଖଣ୍ଡତଡ଼ାର ରବିନାରାୟଣ ଦୀକ୍ଷିତ୍‌ଙ୍କୁ ୧୨ ହଜାର, କଟସାହି ର ଭାରତୀ ପଣ୍ଡାଙ୍କୁ ୨୦ ହଜାର, ଗୁଆମାଳ, ତିହିଡ଼ିର ଯଜାତିକେଶରୀ ବେହେରାଙ୍କୁ ୨୦ ହଜାର, ଅମର କୁମାର ପାଣିଗ୍ରାହୀଙ୍କୁ ୧୨ ହଜାର ଏବଂ ବାଣୀତିଆର ନୃସିଂହ ବେହେରାଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ବୃହତ୍ତର ଚିକିତ୍ସା ଉଦ୍ଦେଶ୍ୟରେ ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ସେହିପରି ରେଡ଼କ୍ରସ୍‌ରୁ ଆମ୍ବ୍ରୋଳିର ଅନସୂୟା ସାମଲଙ୍କୁ ୧୦ ହଜାର, ଚୁନିଦାର ମନୋରମା ଜେନାଙ୍କୁ ୧୦ ହଜାର, ଅନ୍ନପାଳର କମଳାକାନ୍ତ ରାଉତରାୟଙ୍କୁ ୧୫ ହଜାର, ୱାର୍ଡ଼ ନଂ ୨୭, ଭଦ୍ରକର ତସଲିମା ବିବିଙ୍କୁ ୫ ହଜାର, ଭଟ୍ଟର, ଭଣ୍ଡାରି ପୋଖରୀର ତାରାକାନ୍ତ ସେଠୀଙ୍କୁ ୫ ହଜାର, ତାମ୍ପଲା, ଧାମନଗରର ଝୁମୁ୍‌ରୁ ମୁଦୁଲୀଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଅସହାୟ ମହିଳା ଓ ଜଣେ ଦିବ୍ୟାଙ୍ଗଙ୍କୁ ଚଳିବା ପାଇଁ ୫୦୦୦/- ଲେଖାଏଁ ଆର୍ଥିକ ସାହାଯ୍ୟ ଓ ଅନ୍ୟ ୪ ଜଣଙ୍କୁ ଚିକିତ୍ସା ଉଦ୍ଦେଶରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିକ୍ଷା ସଂସ୍କୃତି, ଶ୍ରମ, ବିଦ୍ୟୁତ, କୃଷି, ପଂଚାୟତରାଜ, ଜମିଜମା ବାବଦ ତଥା ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅଭିଯୋଗ ପଞ୍ଜିକରଣରେ ଲିସାରାଣୀ ରାଉତ ଓ କାତାଞ୍ଜଳୀ ମାରାଣ୍ଡି ଏବଂ ଅଭିଯୋଗ ଉପସ୍ଥାପନ ପରିଚାଳନାରେ ଡେପୁଟୀକଲେକ୍ଟର କାର୍ତିକ ନାଥ ମଣ୍ଡଳ ଓ ତନ୍ମୟ କୁମାର ଜେନା ସହଯୋଗ କରିଥିଲେ । ନିଶ୍ଚେତକ ବିଶେଷଜ୍ଞ ଡା ସୁଧୀର ରଞ୍ଜନ ନାୟକ ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.