Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୬୭ଟି ଅଭିଯୋଗ ଆଗତ, ୪୧,୫୦୦ ଟଙ୍କାର...

ଜିଲ୍ଲା କାର୍ଯ୍ୟାଳୟରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୬୭ଟି ଅଭିଯୋଗ ଆଗତ, ୪୧,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

9

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାର୍ଚ୍ଚ ମାସର ପ୍ରଥମ ସୋମବାର ଦିନ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଏ.ଏସ୍‌.ପି. ବାସୁଦେବ ସ୍ୱାଇଁ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୬୭ ଟି ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରେ ୧୩୮ ଟି ବ୍ୟକ୍ତିଗତ ଓ ୨୨ଟି ସାମୂହିକ ସମସ୍ୟା ମୂଳକ ଅଭିଯୋଗ ଥିଲା। ରେଡ଼କ୍ରସ୍ ସମ୍ବନ୍ଧୀୟ ୫ ଜଣ ଆବେଦନକାରୀଙ୍କୁ ୨୪ ହଜାର ଏବଂ ୨ ଜଣ ଆବେଦନକାରୀଙ୍କୁ ସି.ଏମ୍‌.ଆର୍‌.ଏଫ୍‌. ରୁ ୧୭,୫୦୦ ସମୁଦାୟ ୪୧ ହଜାର ୫ ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି। ୪୪ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଛି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶାନ୍ତନୁ ମହାନ୍ତି, ଜିଲ୍ଲା ପରିଷଦ ଭଦ୍ରକର ମୁଖ୍ୟ ବିକାଶ ଅଧିକାରୀ ସରୋଜ କୁମାର ଦଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ଲୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଧାଂଶୁ ଶେଖର ବଳ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଜନାଭିଯୋଗ ଶୁଣାଣିରେ ଜିଳ୍ଲାପାଳଙ୍କୁ ସହଯୋଗ କରିଥିଲେ। ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଜନାଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.