Home କେନ୍ଦ୍ରାପଡ଼ା ଜିଲ୍ଲା କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତଙ୍କ ଜନ୍ମଦିବସ ପାଳନ

ଜିଲ୍ଲା କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତଙ୍କ ଜନ୍ମଦିବସ ପାଳନ

109

କେନ୍ଦ୍ରାପଡା, ୧୬/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା କରଣ ସମାଜ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାହାଡପୁର ମଠରେ ଚିତ୍ରଗୁପ୍ତଙ୍କ ଜନ୍ମ ଦିବସ ରୀତିନୀତି ଅନୁଯାଇ ହୋମଯଜ୍ଞ କରାଯାଇ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର କୋଣଅନୁକଣରୁ କରଣ ସମାଜର ବନ୍ଧୁମାନେ ଯୋଗଦେଇ ଚିତ୍ରଗୁପ୍ତଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ କରଣ ସମାଜର ବରିଷ୍ଠ ସଦସ୍ୟ ଡା-ଅଲେଖ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଓ ପ୍ରତିଷ୍ଠାତା ସଦସ୍ୟ ପ୍ରଦୀପ କୁମାର ମହାନ୍ତିଙ୍କ ଆବାହକତ୍ୱରେ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସାଧାରଣ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟତଃ କରଣ ସମାଜର ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ପ୍ରତି ବ୍ଲକ ସ୍ତରରେ ସଂଗଠନକୁ ମଜଭୁତ କରିବା, ପ୍ରତି ୩ମାସରେ ଥରେ ବୈଠକ କରାଯିବା ଏବଂ ସମାଜର ସଭାପତି ଓ ସମ୍ପାଦକଙ୍କ ସହିତ ସମ୍ପର୍କ ରକ୍ଷାକରି ସଂଗଠନକୁ ସୁଦୃଢ କରାଯିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ବରିଷ୍ଠ ସଦସ୍ୟ ନଳିନୀ ବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉପ ସାଂଗଠନିକ କମିଟି ଗଠନ କରାଯାଇ ସେଥିରେ ପ୍ରମୋଦ ମହାପାତ୍ର, ମନୋଜ ମହାନ୍ତି, ପ୍ରଶାନ୍ତ ଦାସ, ଜ୍ଞାନରଞ୍ଜନ ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ଶୈଳେନ୍ଦ୍ର ନାଥ ମହାନ୍ତି ଓ ଚିତ୍ତରଞ୍ଜନ ଦାସଙ୍କୁ ସଦସ୍ୟ ଭାବେ ରଖାଗଲା। ଏହି କମିଟି ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଚଂଳକୁ ଯାଇ ସେଠାରେ ଆବଶ୍ୟକତାକୁ ଉପଲବ୍ଧି କରି କରଣ ସମାଜର ସଂଗଠନକୁ ମଜଭୁତ କରିବା ପାଇଁ ଦାୟୀତ୍ୱ ପ୍ରଦାନ କରାଗଲା। ଏହି ବୈଠକରେ ରାଜକିଶୋର ମହାନ୍ତି, ପ୍ରବୋଧ କୁମାର ଦାସ, ଆଶାପ୍ରଦିପ ମହାନ୍ତି, ବିଭୁତିଭୂଷଣ ମହାନ୍ତି, ନିରଞ୍ଜନ ମହାନ୍ତି, ସତ୍ୟପ୍ରୀୟ ଦାସ, ଅମୀରମୋହନ ଦାସ, ପ୍ରୀୟରାମ ଦାସ, ପ୍ରମୋଦ କୁମାର ଦାସ, ଅଲେଖ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ କରଣ ସମାଜର ପ୍ରତିଷ୍ଠାତା ସଦସ୍ୟ ଦିବଗଂତ ରବିନ୍ଦ୍ର ନାଥ ଦାସଙ୍କ ସ୍ମୃତି ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.