Home ଜିଲ୍ଲା ପରିକ୍ରମା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

49

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ଓ ଶିଶୁ ନିଖୋଜର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ସମଗ୍ର ଓଡ଼ଶାରେ ଆଜି ପ୍ରତିବାଦ କରାଯାଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ପୌରୋହିତ୍ୟ କରିଥିଲେ। ପୂର୍ବତନ ମନ୍ତ୍ରୀ ଅନନ୍ତ ପ୍ରସାଦ ସେଠୀ ଏଥିରେ ଯୋଗଦେଇ ବିଜେଡି ସରକାରଙ୍କ ବିଫଳତା ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟର ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନଥିବା ନବୀନ ସରକାରଙ୍କର କ୍ଷମତାରେ ରହିବାର ଅଧିକାର ନାହିଁ ବୋଲି ସେ କହିଥିଲେ। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଂଜନ ଷଡ଼ଙ୍ଗୀ, ବସ୍ତା ବ୍ଲକର କଂଗ୍ରେସ ନେତା ବିଜନ ନାୟକ, ଭୋଗରାଇର କଂଗ୍ରେସ ନେତା ସତ୍ୟଶିବ ଦାସ, କୃଷ୍ଣଗୋପାଳ ପଣ୍ଡା, ଗୋପୀନାଥ ପାଢ଼ୀ, ମହିଳାନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜିଲ୍ଳା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ବିକାଶ ଦାସ, ସୁଧାଂଶୁ ଶେଖର ଜେନା, ସତ୍ୟଶିବ ସୁନ୍ଦର ଦାସ, ଗୌତମ ସାହୁ, ଜୀବନ ମହାପାତ୍ର, ତରୁଣ ଦାସ, ନିରଂଜନ ପଢ଼ିଆରୀ, ଜଗନ୍ନାଥ ବିଶ୍ୱାଳ, ସୋର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ପ୍ରମୁଖ ଏଥିରେ ଯୋଗଦେଇ ସମ୍ପ୍ରତିି ରାଜ୍ୟରେ ବୃଦ୍ଧି ପାଇଥିବା ଅଚଳାବସ୍ଥାକୁ ନେଇ ବିଜେଡି ସରକାରକୁ ଦାୟୀ କରିଥିଲେ। ପରୀ ହତ୍ୟାକଣ୍ଡରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ। ନତୁବା ଆଗାମୀ ଦିନରେ କଂଗ୍ରେସ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଥିଲେ। ବିଶ୍ୱନାଥ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.