Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର କାର୍ଯ୍ୟକ୍ରମ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର କାର୍ଯ୍ୟକ୍ରମ

13

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ପ୍ରଦତ୍ତ କ୍ୟାଲେଣ୍ଡରରେ ଆଇନ ସେବା ସଚେତନତା ନିମିତ କାର୍ଯ୍ୟକ୍ରମମାନ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବ୍ଲକ କାଦବରାଙ୍ଗ ସ୍ଥିତ ବାବା ଧବନେଶ୍ୱର ପଂଚାୟତ ମହିଳା ମହାସଂଘ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁନ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଆଇନ ସେବା ନିଷ୍ଳୁକ ନମ୍ବର ୧୫୧୦୦ ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତଙ୍କର ଗଠନ ଏବଂ କାର୍ଯ୍ୟବଳୀ ଉପରେ ଉପସ୍ଥିତ ଥିବା ଲୋକମାନଙ୍କୁ ସଚେତନ କରାଯାଇଥିଲା। ନିଷ୍କୁକ ଆଇନ ସେବା ନମ୍ବର ୧୫୧୦୦ କୁ ଜଣେ ଜଣେ ଅସହାୟ ଏବଂ ଆଇନ ସାହାଯ୍ୟ ଲୋଡ଼ୁଥିବା ବ୍ୟକ୍ତିଟିଏ ଫୋନକଲେ ତାଙ୍କୁ ତୁରନ୍ତ ଆଇନ୍ ସେବା ଯୋଗାଇ ଦିଆଯାଉଛି। ସେହିପରି ଯଦି କାହାର ଗ୍ୟାସ ସଂଯୋଗିକରଣ କୌଣସି ଅସୁବିଧାଥାଏ। ଶ୍ରମବିବାଦ, ବିଦ୍ୟୁତ ସମ୍ପର୍କିତ ସମସ୍ୟା, ରାସନକାର୍ଡ଼ ସମସ୍ୟା, ବାର୍ଦ୍ଧକ୍ୟଭତ୍ତା ଜନିତ ସମସ୍ୟା ତଥା ଆବାସ ଯୋଜନା ସମ୍ପର୍କିତ ସମସ୍ୟା ଭଳି ଯଦି ବିବାଦ କମ୍ବା ସମସ୍ୟା ଥାଏ ତେବେ ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତଙ୍କର ଆଶ୍ରୟ ନେଇ ପାରିବେ। ଏହି କାର୍ଯ୍ୟକ୍ରମରେ ନେପାଳ ଚନ୍ଦ୍ର ଦାସ ସଦସ୍ୟ ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ଭଦ୍ରକ ମୋଜାଇଦ୍ ଅଖତର ଖାନ୍‌, ତାପସ କୁମାର ମହାନ୍ତି ଏଲ.ଏ.ଡ଼ି.ଏସ.ଏସ, ସଦସ୍ୟ କମଳା ମିଶ୍ର ପାରାଲିଗାଲ ସ୍ୱେଚ୍ଛା ସେବି, ଭଦ୍ରକ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆଗେଇନେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.