Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାଳିଲା ବିଶ୍ୱ ଶ୍ରମିକ ଦିବସ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାଳିଲା ବିଶ୍ୱ ଶ୍ରମିକ ଦିବସ

8

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି। ଅରୋଲିପି ପରିଜା, ଭାରପ୍ରାପ୍ତ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜାତୀୟ ଆଇନ୍ ସେବା ପ୍ରାଧିକରଣ ଯୋଜନା ଅନୁସାରେ ଅଣସଂଗଠିତ ଶ୍ରମିକ ମାନଙ୍କୁ ଆଇନ୍ ସେବା, ସର୍ବନିମ୍ନ ମଜୁରୀ ଆଇନ୍‌, ଶିଳ୍ପ ବିବାଦ ସମ୍ବନ୍ଧୀୟ ଆଇନ୍‌, କାରଖାନା ଅଧିନିୟମ ଏବଂ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ସରକାରୀ ଯୋଜନା ସଂପର୍କିତ ଆଇନ୍ ସାକ୍ଷର ଓ ସେବା ସଚେତନତା ଏହି କାର୍ଯ୍ୟକ୍ରମ ଜରିଆରେ ଉପସ୍ଥିତ ଥିବା ଲୋକମାନଙ୍କୁ ଆସିଥିବା ଅତିଥିଗଣ ବୁଝାଇ କହିଥିଲେ। ଅତିଥିମାନଙ୍କ ମଧ୍ୟରେ ଲୋକନାଥ ଦାସ, ପ୍ରତ୍ୟୁଷ କୁମାର ବେହେରା, ସହକାରୀ ଶ୍ରମଅଧିକାରୀ, ଭଦ୍ରକ, ସିଦ୍ଧାର୍ଥ ପାଢ଼ୀ, ଅମ୍ଳାନ ରଥ, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଭଦ୍ରକ, ମୋଜାହିଦ ଅଖତାର ଖାନ, ତାପସ କୁମାର ମହାନ୍ତି, ଏଲ.ଏ.ଡି.ସି.ଏସ୍‌, ଭଦ୍ରକ, ଅର୍ଣ୍ଣପୂର୍ଣ୍ଣା ସାହୁ, ଉର୍ମିଳା ପଣ୍ଡା ପି.ଏଲ.ଭି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶ୍ରମିକ ଶ୍ରେଣୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ସଂପର୍କିତ ଆଇନ୍‌କୁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୃତ୍ୟୁକାଳୀନ ଅର୍ଥରାଶି, ଶିକ୍ଷା ସହାୟତା ତଥା ବିବାହ ସହାୟତା ୭ ଜଣଙ୍କୁ ପ୍ରଦାନ କରାଯାଇଥିଲା ତତ୍‌ସହିତ ୭ଟି ଶ୍ରମିକ କାର୍ଡ଼ ମଧ୍ୟ ବଣ୍ଟନ କରାଯାଇ ଲୋକମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୫୧୦୦ ଟୋଲଫ୍ରି ନମ୍ବରର ମଧ୍ୟ ପ୍ରଚାର ତଥା ଆସନ୍ତା ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନଳାଙ୍ଗ କୋର୍ଟ ପରିସରରେ ହେବାକୁ ଥିବାରୁ ଏହାର ମଧ୍ୟ ପ୍ରଚାର ଲୋକମାନଙ୍କ ମଧ୍ୟରେ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ତରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.