Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ...

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

13

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଚୁଡ଼ାକୁଟି ଇନ୍ଦ୍ରଗୋବିନ୍ଦ ହାଇସ୍କୁଲ, ଚୁଡ଼ାକୁଟି, ଭଦ୍ରକରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ, ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ଶ୍ରୀମତୀ ନେହା ଅଗ୍ରୱାଲ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷାଧିକାରୀ, ଗଦାଧର ଜେନା, ଧାମନଗର, ସହାୟକ ବ୍ଲକ୍ ଶିକ୍ଷାଧିକାରୀ, ସତ୍ୟସୁନ୍ଦର ପରିଡ଼ା, ଭଦ୍ରକ ବାର ଆସୋସିଏସନ୍‌ର ସଭାପତି, ନିରାକାର ଜେନା, ଚୁଡ଼ାକୁଟି ଇନ୍ଦ୍ରଗୋବିନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ, ଖଗେଶ୍ୱର ଜେନା, ସ୍ୱେଚ୍ଛାସେବୀ ଅର୍ଣ୍ଣପୂର୍ଣ୍ଣା ସାହୁ, ପ୍ୟାନେଲ ଓକିଲ ଡ. ତାପସ୍ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ବହୁଳ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ଭଲ ନାଗରିକଟିଏ ହୋଇ ଦେଶ ପ୍ରତି ସେମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ସଂପର୍କରେ ବୁଝାଇ କହିଥିଲେ । ପ୍ରଥମେ ଦ୍ୱୀପ ପ୍ରଜ୍ଜଳନ ପରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ଗୀତ ଏବଂ ନାଚ ମାଧ୍ୟମରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପରିଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ନେହା ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁ-ନାଗରିକ ହୋଇ ସମ୍ବିଧାନକୁ ମାନିବା ସହ ଉଚିତ ସମ୍ମାନ ତଥା ସାମ୍ବିଧାନିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟମାନ ବିଷୟରେ ଉଦ୍ରେକ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭୂମିକା ଏବଂ କାର୍ଯ୍ୟ ବିଷୟରେ ସେମାନଙ୍କୁ ଜଣାଯାଇ ଶେଷରେ ପିଲାମାନଙ୍କୁ ଭବିଷ୍ୟତରେ ସୁ-ମଣିଷ ଭାବେ ଗଢ଼ିତୋଳିବା ପାଇଁ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବାର୍ତ୍ତା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.