Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

2

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବାଲ୍ୟବିବାହ ଭଳି କୁପ୍ରଥାର ଉଚ୍ଛେଦ ତଥା ସାମାଜିକ ଓ ଆଇନଗତ ସଚେତନତା ନିମନ୍ତେ ଭଣ୍ଡାରୀପୋଖରୀ ଉଚ ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବାଲ୍ୟବିବାହ ଆଇନଗତ ଅପରାଧ ବୋଲି ଉଲ୍ଲେଖ କରିଥିଲେ। ଶିଶୁ ସୁରକ୍ଷା ଆଇନ ଅଧିକାରୀ ସୁବ୍ରତ ଦାସ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉପରେ ବାଲ୍ୟବିବାହର କୁପ୍ରଭାବ ସମ୍ପର୍କରେ ସେ ଗଭୀର ଆଲୋଚନା କରିଥିଲେ, ଶିଶୁ ସୁରକ୍ଷା ପ୍ରତ୍ୟେକ ପରିବାର ଓ ସମାଜର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। ଏବଂ ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ଅଧିକାର ଓ ସହାୟତା ବ୍ୟବସ୍ଥା ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ସମସ୍ୟା ଦେଖିଲେ କିମ୍ବା ଅନୁଭବ କଲେ (୧୦୯୮) ନିଃଶୁଳ୍କ ନମ୍ୱର ରେ ଅଭିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ମଂଚ ନିମନ୍ତ୍ରଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା କରିଥିବାବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସଚେତନ କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍‌ଡିଏସ୍ ସହାୟକ ବହ୍ନିଶିଖା ବିଶ୍ୱାଳ ପିଲାମାନଙ୍କ ନିମିତ ବାଲ୍ୟବିବାହକୁ ମନା ଏବଂ ବିଦ୍ୟାଳୟକୁ ହଁ ପରି ସୁନ୍ଦର କବିତା ଆବୃତି କରିଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ରହିଥିଲେ ଏବଂ ବାଲ୍ୟବିବାହ ଭଳି କୁପ୍ରଥାର ଉଚ୍ଛେଦ ସମ୍ପର୍କିତ ଏକ ସୁନ୍ଦର ନାଟକରେ ଅଭିନୟ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀ ଗଣ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.