ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଇ.ସି.ଏସ୍. ଆଇନ୍ ମହାବିଦ୍ୟାଳୟରେ ସୁପ୍ରିମକୋର୍ଟରେ ନ୍ୟାୟକୁ ବିଚାର କୃତ୍ରିମ ଜ୍ଞାନ କୌଶଳ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍, ସିଭିଲ୍ ଫୌଜଦାରୀ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ପୂଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟହେଲା ସୁପ୍ରିମକୋର୍ଟରେ ବିଚାର ହେଉଥିବା ମାମଲା ବା କେଶ୍ ସବୁର ଆଂଚଳିକ ଭାଷା ମାଧ୍ୟମରେ ଲୋକମାନଙ୍କ ପାଖରେ କିପରି ସହଜରେ ପହଂଚିପାରିବ ଏବଂ ଗରିବ ନିଷ୍ପେସିତ ତଥା ଅବହେଳିତ ଲୋକମାନେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସହାୟତାରେ ଉପଯୁକ୍ତ ନ୍ୟାୟ ପାଇପାରିବେ । ଆଇନ୍ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ଜ୍ଞାନକୌଶଳ ତଥା ଅନ୍ୟାନ୍ୟ ବିଷୟ ସବୁ ଆଲୋଚନା ମାଧ୍ୟରେ ଅତିଥିମାନେ କହିଥିଲେ । ଜିଲ୍ଲା ଆଇନ୍ସେବା ପ୍ରାଧକରଣର ସଚିବ ଶ୍ରୀ ରଥ ଏବେ ୯୦ ଦିନର ଚାଲୁଥିବା କ୍ୟାମ୍ପେନ ଉପରେ ମଧ୍ୟ ଆଲୋକପାତ କରି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେଯେ ମଧ୍ୟସ୍ଥତା ହେଉଛି ଏପରି ଏକ ପ୍ରକ୍ରିୟା ଯାହାକି ବହୁତ ଲୋକ ସୁବିଧାରେ ଏବଂ ସହଜରେ ସେମାନଙ୍କର ମାମଲାର ସମାଧାନ ମଧ୍ୟସ୍ଥା କେନ୍ଦ୍ରରେ ବହୁତ ଶିଘ୍ର ଲାଭ ଉଠାଇ ପାରିବେ ଏବଂ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ଜାରି ହୋଇଥିବା ଦେୟମୁକ୍ତ ନମ୍ବର ୧୫୧୦୦ ; ଯାହାକି ଘରେ ବସି ମଧ୍ୟ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ମାଗଣାରେ ଆଇନ୍ସେବା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ସମ୍ବିତ ମାଝି, ଅତିରିକ୍ତ ଆରକ୍ଷୀ ଅଧିକାରୀ ( ଆଇ.ୟୁ.ସି.ଏ.ଡ଼ବ୍ଲୁ) ଭଦ୍ରକ, ଆଇ.ସି.ଏସ୍. ଆଇନ୍ ମହାବିଦ୍ୟାଳୟର ନିର୍ଦ୍ଦେଶକ ଜୟପ୍ରକାଶ କର, ଅଧ୍ୟକ୍ଷ ଡ଼. ଦେବେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବିଭାଗୀୟ ଅଧିକାରୀ ଡ଼. ସନ୍ତୋଷ କୁମାର ରଥ, ଏଲ୍.ଏ.ଡ଼ିସ୍.ଏସ, ଭଦ୍ରକର ଡ଼େପୁଟି ମୁଖ୍ୟ ମୋଜାହିଦ୍ ଅଖତାର ଖାନ, ସହାୟକ ଅଧିକାରୀ ଡ଼. ତାପସ କୁମାର ମହାନ୍ତି, କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳୀ ଜେନା ଏବଂ କଲେଜର ବରିଷ୍ଠ ଅଧ୍ୟାପକମାନେ ବିଭୁ ପ୍ରସାଦ ମହାପାତ୍ର , ମାନସ ରଞ୍ଜନ ମିଶ୍ର ତଥା ଆଇନ୍ ଛାତ୍ରଛାତ୍ରୀଗଣ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।








