Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ପକ୍ଷରୁ ଆସ ଆମେ ସ୍କୁଲଯିବା

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ପକ୍ଷରୁ ଆସ ଆମେ ସ୍କୁଲଯିବା

10

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନ୍ଧଗାଁ ଉଚ୍ଚ ବିଦ୍ୟାଳୟ, ଭଦ୍ରକଠାରେ ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଅଭିମୁଖୀ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୂଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶ୍ରୀ ରଥ ନିଜ ବକ୍ତବ୍ୟରେ ଆଇନ୍ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ରେ ଥିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଃଶୁଳ୍କ ଆଇନ୍ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ ଏବଂ ନାଲସା ହେଲପ ଲାଇନ ନମ୍ବର ଦେୟମୁକ୍ତ ୧୫୧୦୦ ବିଷୟରେ ଅବଗତ କରାଇବା ସହ ସମ୍ବିଧାନରେ ଧାରା ୨୧ (କ) ରେ ଥିବା ଶିକ୍ଷାଗତ ଅଧିକାର ସଂପର୍କିତ ଆଇନ ପିଲାମାନଙ୍କୁ ବୁଝାଇଥିଲେ। ଅତିଥିମାନଙ୍କ ମଧ୍ୟରେ ସଂଗ୍ରାମ କେଶରୀ ପଟ୍ଟନାୟକ, ଇନ୍‌ସ୍ପେକ୍ଟର, ଏସ୍‌.ପି. ଅଫିସ୍‌, ଭଦ୍ରକ ଜଗବନ୍ଧୁ ସାହୁ, ସହାୟକ ଶିକ୍ଷାଅଧିକାରୀ, ଭଦ୍ରକ, ପ।।ନାମନି ବେସରା, ପ୍ରଧାନ ଶିକ୍ଷୟିତ୍ରୀ, ଜିଲ୍ଲାସ୍କୁଲ, ଭଦ୍ରକ, ନରେନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ, ବନ୍ଧଗାଁ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଡଃ. ତାପସ କୁମାର ମହାନ୍ତି ଓ ବହ୍ନି ଶିଖା ବିଶ୍ୱାଳ ଏଲ୍‌.ଏଡି.ସି.ଏସ,ଭଦ୍ରକ ୧୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ନେଇ ଆସ ଆମେ ସ୍କୁଲ ଅଭିମୁଖୀ ହେବା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ ଶିକ୍ଷଣୀୟ ତଥ୍ୟ ପିଲାମାନଙ୍କ ନିକଟରେ ପହଂଚାଇଥିଲେ। ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାମାନେ ପୁଣି କିପରି ସ୍କୁଲ ଅଭିମୁଖୀ ହେବେ ସେନେଇ ପିଲାମାନଙ୍କ ଦ୍ୱାରା ଅଭିନୟ ଅତ୍ୟନ୍ତ ହୃଦୟସ୍ପଶୀ ଥିଲା। ନାଲସା ଗୀତ ଗୋଟେ ମୁଠି ଆକାଶ ମଧ୍ୟ ପ୍ରଦର୍ଶନ କରାଯାଇ ନ୍ୟାୟ ସମସ୍ତଙ୍କ ପାଇଁ ଏବଂ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.