Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

4

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବନ୍ଧଗାଁ ଗ୍ରାମପଂଚାୟତରେ କେନ୍ଦ୍ର ସରକାର ଏବଂ ରାଜ୍ୟସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମ ବିଭାଗ କାର୍ଯ୍ୟାଳୟ ଦ୍ୱାରା ମୃତ୍ୟୁକାଳୀନ, ଶିକ୍ଷା, ବିବାହ ପାଇଁ ୭ଜଣ ହିତାଧିକାରୀ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଦ୍ୱାରା ୩ଜଣ ହିତାଧିକାରୀଙ୍କୁ ବିଧବା ଭତା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଆଯାଇଥିଲା । ଅତିଥି ଭାବରେ ସୁବାଷ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ସହାୟକ ଅଧିକାରୀ, ଭଦ୍ରକ, ସୌମ୍ୟଜିତ୍ ବେହେରା, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ, ସଞ୍ଜିତ୍ ଦେଓ, ସହାୟକ ଶ୍ରମ ଅଧିକାରୀ, ଭଦ୍ରକ, ତାପସ କୁମାର ମହାନ୍ତି, ସହାୟକ ଏଲ୍‌.ଏ.ଡିସ୍‌.ଏସ୍‌, ଭଦ୍ରକ, ସମସ୍ତି ମହାନ୍ତି, ଜିପିଡ଼ିଓ, ଭଦ୍ରକ, ନିରୋଦ ରାଉତ, ବନ୍ଧଗାଁ ପଂଚାୟତ ଅଫିସ, ଭଦ୍ରକ ତଥା ୧୦୦ ରୁ ଉର୍ଦ୍ଧ୍ୱ ଲୋକ ଏହି ସଚେତନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀମାନେ ମଧ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.