ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କମଳା କିଶୋରୀ ରାଉତ ମହିଳା ଉଚ୍ଚ ବିଦ୍ୟାଳୟ କୁସୁମ ନଗର, ବରପଦା, ଭଦ୍ରକଠାରେ ମହିଳାମାନଙ୍କୁ ଯୌନଶୋଷଣରୁ ସୁରକ୍ଷା ଦେବା ପାଇଁ ଉପଲବ୍ଧ ଆଇନ୍ଗତ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା ତଥା ଅନୁସୂଚିତ ଜାତି ଏବଂ ଜନଜାତି ଙ୍କ ନିମନ୍ତେ ଥିବା ବିଭିନ୍ନ ଆଇନ୍ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୁଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ। ଅତିଥିମାନଙ୍କ ମଧ୍ୟରେ ଦୀପକ କୁମାର ସାହୁ, ପ୍ୟାନେଲ ଓକିଲ, ରଶ୍ମିରଞ୍ଜନ ଦୀକ୍ଷିତ୍, ଅନୁସୂଚତ ଜାତି ଏବଂ ସଦସ୍ୟ, ଡ. ତାପସ କୁମାର ମହାନ୍ତି, ସହକାରୀ ଏଲ୍.ଏ.ଡିସି.ଏସ୍., ଭଦ୍ରକ ତଥା ଏହି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ତଥା ୭୦ ରୁ ଉର୍ଦ୍ଧ୍ୱରେ ଉପସ୍ଥିତ ଛାତ୍ରୀଗଣଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ମଧ୍ୟ ପୂର୍ଣ୍ଣ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।








