Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ନିଶା ନିବାରଣ ନିମିତ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ନିଶା ନିବାରଣ ନିମିତ ସଚେତନତା କାର୍ଯ୍ୟକ୍ରମ

19

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗେଲପୁର, ନଳାଙ୍ଗଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ପାରାଲିଗାଲ ସେଛାସେବୀ ତଥା ବିଦ୍ୟାଳୟର ସମସ୍ତ କର୍ମୀମାନଙ୍କୁ ନେଇ ନିଶା ନିବାରଣ ନିମିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପୁଣ୍ୟଶ୍ଳୋକ ରଥ, ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି ସଚେତନତା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏକ ଶୋଭାଯାତ୍ରା କରାଯାଇଥିଲା ଏବଂ ତତ୍‌ପରେ ପିଲାମାନଙ୍କୁ ନେଇ ଏକ ସୁନ୍ଦର ଭିଡ଼ିଓଟିଏ ଯାହାକି ନିଶା ନିବାରଣ ନିମିତ ପ୍ରସ୍ତୁତ କରାଯାଇଥିଲା। ସେହି ଭିଡ଼ିଓ ଦେଖାଯାଇଥିଲା ଏବଂ ତତ୍ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସେମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡଃ ତାପସ କୁମାର ମହାନ୍ତି, ନ୍ୟାୟ ରକ୍ଷକ, ଭଦ୍ରକ, ଦୀପକ କୁମାର ସାହୁ ଏବଂ ଗିରିଜା ଶଙ୍କର ଦାସ, ପ୍ୟାନେଲ ଓକିଲ ତଥା କମିଟିର ସଦସ୍ୟ, ଏବଂ ପି.ଏଲ୍‌.ଭି. ଅର୍ଣ୍ଣପୂର୍ଣ୍ଣା ସାହୁ, ସସ୍ମିତା ବାରିକ, ମଧୁସ୍ମିତା ମଳିକ, ସଂଗୀତା ମିଶ୍ର ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମକର୍ତା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଶିକ୍ଷକ ତ୍ର‌୍ୟେଲୋକ୍ୟ ନାଥ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅତିଥିମାନେ ନିଶା ଦବ୍ୟକୁ ତଥା ନିଶା ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ କିପରି ସମାଜ ଦେଖେ ଏବଂ ସେମାନେ ସମାଜର କିପରି ଅହିତ ସାଧନ କରିଥାନ୍ତି ଏସବୁ ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.