Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ

30

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯୋଗୀଋଷି ଲଛମନ ଦାସ ଶିଶୁ ଆଶ୍ରମ ଦୋଳସାହି, ଭଦ୍ରକଠାରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ପୂଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଲ୍‌.ଏ.ଡିସ୍‌.ଏସ୍‌. ସହାୟକ, ଭଦ୍ରକ ତାପସ କୁମାର ମହାନ୍ତି, ଜିଲ୍ଲା ଶିଶୁ ଯତ୍ନ ଅଧିକାରୀ, ଭଦ୍ରକ ଅବିନାଶ ମହାନ୍ତି, ଶ୍ରମବିଭାଗ ଅଧିକାରୀ, ଭଦ୍ରକ ସହାୟକ ଲୋକନାଥ ଦାସ, ସଂପାଦକ ଲୋକନାଥ ପତି, ଅଧିକ୍ଷକ, ଜ୍ୟୋତି ପ୍ରକାଶ ପତି, ଯୋଗି ଋଷି ଲଛମନ ଦାସ ଶିଶୁ ଆଶ୍ରମ ଭଦ୍ରକ ତଥା ଏହି ଆଶ୍ରମର ପିଲାମାନଙ୍କ ସମେତ ସମସ୍ତ କର୍ମୀଗଣ ଯୋଗ ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରି ସଫଳ କରାଇଥିଲେ। ଉପସ୍ଥିତଥିବା ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରମାନଙ୍କୁ ଶିଶୁ ଶ୍ରମିକ ବିରୋଧରେ ସଚେତନ କରାଇଥିଲେ। ଶିଶୁ ଶ୍ରମିକ ଏକ ସାମାଜିକ ବ୍ୟାଧି ହୋଇ ସମାଜର ଅହିତ ସାଧନ କରୁଛି। ଆମଦେଶର ଶିଶୁ ଆଗାମୀ କାଲିର ଭବିଷ୍ୟତ। ହେଟେଲ୍‌ରେ, ଗ୍ୟାରେଜରେ କିମ୍ବା କୌଣସି ଦୋକାନରେ ଯଦି ୧୮ ବର୍ଷରୁ କମ୍ ଶିଶୁ (କିଶୋର / କିଶୋରୀ) ଏଭଳି କାର୍ଯ୍ୟରେ ଲିପ୍ତ ରହନ୍ତି ଯାହା ଆଇନ୍ ଦୃଷ୍ଟିରେ ଅପରାଧ କିମ୍ବା ଆଇନ୍ ବିରୋଧି। ତେବେ ଏସବୁ ସଂପର୍କରେ ଅବଗତ ହେଲେ ତୁରନ୍ତ ୧୦୯୮ (ଦେୟମୁକ୍ତ) ନମ୍ବରରେ ଯୋଗାଯୋଗ କରି ଶିଶୁକୁ ସୁରକ୍ଷାଦେଇ ଭବିଷ୍ୟତରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ଅନୁରୋଧ କରାଯାଉଛି। ଯେଉଁ ଶିଶୁଟିଏ ଯତ୍ନ ଏବଂ ସୁରକ୍ଷା ତଥା ଆଇନ୍ ସହ ଦ୍ୱନ୍ଦରେ ରହିଛନ୍ତି ସେହିଭଳି ଶିଶୁମାନଙ୍କ ସଂପର୍କରେ ଯଦି ଆପଣ ଜାଣିବାକୁ ପାଉଛନ୍ତି ତେବେ ତୁରନ୍ତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ସହ ଯୋଗାଯୋଗ ତଥା ନାଲସା ସହାୟକ ୧୫୧୦୦ (ଦେୟମୁକ୍ତ) ନମ୍ବରରେ ଯୋଗାଯୋଗ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.