ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହନୁମାନଜିଉ ହାଇସ୍କୁଲ, ବରାଳପୋଖରୀ, ଚରମ୍ପା ପରିସରରେ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ତଥା ସେମାନଙ୍କର ସମସ୍ୟା ଏବଂ ସ୍ଥାୟୀ ଓ ନିରନ୍ତର ଲୋକଅଦାଲତର ବିଭିନ୍ନ ଯୋଜନା ତତ୍ସହିତ ଏହି କାର୍ଯ୍ୟାଳୟ ମାଧ୍ୟମରେ କିପରି ଜଣେ ସାଧାରଣ ନାଗରିକଟିଏ ବିଭିନ୍ନ ସମସ୍ୟାର ସମାଧାନ ପାଇ ପାରୁଛି ଏବଂ ନାଲସା ସହାୟତା ୧୫୧୦୦ ନମ୍ବର ର ପ୍ରଚାର ଓ ପ୍ରସାର ନିମିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ କାର୍ଯ୍ୟାଳୟ ସହାୟତାରେ କାର୍ଡ଼ ବଂଟନ କରିଥିଲେ। ମୋଜାହିଦ ଅଖତାର ଖାନ୍, ଡେପୁଟି ଚିଫ୍, ଏଲ୍.ଏ.ଡି.ସି. ଏସ୍, ଭଦ୍ରକ, ନେପାଳ ଚନ୍ଦ୍ର ଦାସ, ମେମ୍ବର (ପିଏଲଏ) ପିୟୁଏସ୍, ଭଦ୍ରକ, ଲକ୍ଷ୍ମୀଧର ଖଟୁଆ ପ୍ରଧାନ ଶିକ୍ଷକ, ହନୁମାନ ହାଟ ବିଦ୍ୟାଳୟ, ପ୍ରତ୍ୟୁଷ ବେହେରା ଏବଂ ଲୋକନାଥ ଦାସ, ଲେଦର ଇନ୍ସସ୍ପେକ୍ଟର, ଭଦ୍ରକ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।