Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

3

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ଯୌନ ଉତ୍ପୀଡ଼ନ, ଯାହାକି କର୍ମଜୀବି ମହିଳାମାନଙ୍କ କ୍ଷେତ୍ରରେ ଘଟୁଛି। ସେ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନେହାଁ ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଏଲ୍‌.ଏ.ଡ଼ି.ସି.ଏସ୍‌. ତାପସ କୁମାର ମହାନ୍ତି, ସହକାରୀ ବିଡ଼ିଓ ନିଶିକାନ୍ତ ଖୁଂଟିଆ, ତଥା ବନ୍ତ ବ୍ଲକର କର୍ମଚାରୀଗଣ ଉପସ୍ଥିତ ରହି ଯୈାନ ଉତ୍ପୀଡ଼ନ ସଂପର୍କିତ କ’ଣସବୁ ଆଇନ୍ ପଦକ୍ଷେପ ରହିଛି ଓ କିପରି ଜଣେ କର୍ମଜୀବୀ ମହିଳା ଯଦି ଯୈାନ ଉତ୍ପୀଡ଼ନର ଶିକାର ହୁଅନ୍ତି ତେବେ ଏହାର କ’ଣ ଦିଗଅଛି ଯାହାକି ଆଇନ ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିପାରିବେ। କର୍ମକ୍ଷେତ୍ରରେ ନିଜକୁ ଠିକ୍ ରୂପେ ପ୍ରତିପାଦନ କରିପାରିବେ ସେ ସମ୍ପର୍କିତ ଆଇନ୍ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.