Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

6

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓକରା ହାଇସ୍କୁଲ, ଅର୍ଣ୍ଣପାଳ, ଭଦ୍ରକଠାରେ ପୋସ୍କୋ ଆକ୍ଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମକୁ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ । ଏଥିରେ ଅଂଶୁମାନ ଦ୍ୱବେଦୀ, ସି.ଟି.ଡି.ଏସ.ପି. ଭଦ୍ରକ, ବନ୍ଦନା ଦେବୀ, ଇନ୍‌ସ୍ପେକ୍ଟର ଭାବରେ ସାଇବର କ୍ରାଇମ, ପୂର୍ଣ୍ଣିମ ଦାସ, ପ୍ରଧାନ ଶିକ୍ଷୟିତ୍ରୀ, ଓକରା ହାଇସ୍କୁଲ, ଅର୍ଣ୍ଣପାଳ ଭଦ୍ରକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲର ଛାତ୍ର-ଛାତ୍ରୀମାନଙ୍କୁ ପୋସ୍କ ଆଇନ ବିଷୟରେ ସେଚେତନ କରାଇଥିଲେ । କୋମଳମତୀ କନ୍ୟାଟିଏ କିପରି ଯୌନ ଶୋଷଣର ଶିକାର ହୋଇ ତାର ମାନସିକତା ସଂପୂୂର୍ଣ୍ଣ ଦୁର୍ବଳ ହେବା ସହ ମୃତ୍ୟୁ ମୁଖକୁ ଚାଲିଯାଉଛି ସେହିସବୁ ଉପରେ ଆଧାରିତ ଏକ ଗୀତିନାଟ୍ୟ ଯାହାକି ସେହି ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ଅଭିନୟ ବେଶ୍ ଆଦୃତ ହୋଇଥିଲା । ପିଲାମାନଙ୍କୁ ସଦାସର୍ବଦା ନିଜକୁ ସୁରକ୍ଷିତ ରଖିବା ସହ ସବୁ ବିଷୟ ନିଜ ପିତାମାତାଙ୍କୁ ଜଣାଇବାକୁ ଉପଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.