Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ ଜିଲ୍ଲା କାରାଗାରରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ ଜିଲ୍ଲା କାରାଗାରରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ

16

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ଭଦ୍ରକରେ ରହୁଥିବା ବିଚାରାଧୀନ କଏଦୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଥିଲା । ନେହା ଅଗ୍ରୱାଲ, ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ତତ୍ୱାବଧାନରେ ମତ୍ସ୍ୟଚାଷ ସଂପର୍କିତ ଏକ ତାଲିମ ଦିଆଯାଇଥିଲା । ଏହି ତାଲିମ୍ ଶିକ୍ଷାରେ ଉପାସନା ମହାନ୍ତି ଓ ଗୀତାଞ୍ଜଳୀ ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ତଥା ଋଷିନାଥ ନାୟକ, ମୁଖ୍ୟ ପରିଚାଳକ ଜିଲ୍ଲା କାରାଗାର, ଭଦ୍ରକ, ଅନୀତା ନାୟକ, ଜିଲ୍ଲା ନିଯୁକ୍ତି ଅଧିକାରୀ, ଭଦ୍ରକ, ସୁଭସ୍ମିତା ସୁରନ୍ଧର ଭିନିଥ୍ ଶେଖର ତଥା କାରାଗାରର ଅନ୍ତେବାସୀ ମାନଙ୍କୁ ନେଇ ଏହି ମତ୍ସ୍ୟ ଚାଷ ଉପରେ ତାଲିମ୍ ଦିଆଯାଇ ଥିଲା । କମ୍ ଜମିରେ ପୋଖରୀ ଖୋଳାଇ କିପରି ବିଭିନ୍ନ ପ୍ରକାରର ମାଛ ଚାଷ କରାଯାଇପାରିବ । ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ବିଚାରାଧୀନ କଏଦୀମାନେ ଜେଲରୁ ଗଲାପରେ ସେମାନେ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ଭବିଷ୍ୟତରେ ଜଣେ ସୁନାଗରିକ ହେବା ସଂଗେ ସଂଗେ ଏହି ଧନ୍ଦାମୂଳକ ତାଲିମ୍ ନେଇ ନିଜର ଜୀବିକାର୍ଜନ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.