Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ ଜିଲ୍ଲା କାରାଗାର କଏଦୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ ଜିଲ୍ଲା କାରାଗାର କଏଦୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ

3

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ଭଦ୍ରକ ଠାରେ ଥିବା କଏଦୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଥିଲା । ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଏହି ଧନ୍ଦାମୂଳକ ଶିକ୍ଷା ପ୍ରଦାନ ତଥା ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଋଷିନାଥ ନାୟକ ମୁଖ୍ୟ ପରିଚାଳକ, ଜିଲ୍ଲା କାରାଗାର, ଭଦ୍ରକ, ସହକାରୀ ପରିଚାଳକ ଅଞ୍ଜନ କୁମାର ପଣ୍ଡା, ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ହସ୍ତଶିଳ୍ପ ବିକାଶ ଅଧିକାରୀ, ମହେନ୍ଦ୍ର ନାଥ ଟୁଡ଼ୁ, ଜଉ କଣ୍ଢେଇ ଶିଳ୍ପୀ, ଆନନ୍ଦ ଚନ୍ଦ୍ର ନାୟକ, ନିପୁଣ ହସ୍ତଶିଳ୍ପୀ, ବାଉଁଶ କାରିଗରୀ, ତପଜ୍ୟୋସ୍ôନା ଗିରି ଏବଂ ମଣୀବାଳା ଘଡ଼େଇ ପ୍ରମୁଖ ଏହି ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା କାରାଗାରର କଏଦୀମାନଙ୍କୁ ବାଉଁଶରେ ତିଆରି କଲମ ଷ୍ଟାଣ୍ଡ, ଫୁଲଦାନି, ଫୁଲ ଝୋଟି ଇତ୍ୟାଦି ତଥା କଣ୍ଢେଇ ଶିଳ୍ପୀ ଗଛ ଉପରେ ଗୋଟିଏ ଶୁଆ ବସିଥିବାର ଗଢ଼ିଥିଲେ । ଆଗାମୀ ଦିନରେ ନିଜେ ଆତ୍ମ ନିର୍ଭରଶୀଳ ହୋଇ ନିଜ ଭବିଷ୍ୟତକୁ ସୁଚାରୁରୂପେ ଗଢ଼ି ତୋଳିବା ତଥା ଭବିଷ୍ୟତରେ ଜଣେ ଜଣେ ଉଚ୍ଚକୋଟୀର ଶିଳ୍ପୀ ହୋଇ ବାହାରିପାରିବ ଏଥିରେ ସନ୍ଦେହ ନାହିଁ, ସେଥିପାଇଁ ଦୃଢ଼ ସଂକଳ୍ପ ତଥା ଭଲ ମଣିଷ ହୋଇ ବାହାରିବା ପାଇଁ ସେମାନଙ୍କୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟବୃନ୍ଦ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.