Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ପରିବେଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, “ପରିବେଶକୁ ଆଜି ସୁରକ୍ଷିତ ରଖ...

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ପରିବେଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, “ପରିବେଶକୁ ଆଜି ସୁରକ୍ଷିତ ରଖ ଆସନ୍ତା କାଲି ପରିବେଶ ସୁରକ୍ଷା ଦେବ”

7

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ୍‌ସେବା ପ୍ରାôଦକରଣ, ଭଦ୍ରକଙ୍କ ଦ୍ୱାରା ଆୟୋଜିତ ପରିବେଶ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଚରମ୍ପା ଗ୍ରାମ ପଂଚାୟତ ଅଫିସ୍‌, ଚରମ୍ପା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଏକ ସଚେତନା ଶୋଭାଯାତ୍ରା ଚରମ୍ପା ବଜାର ମଧ୍ୟରେ ପରିକ୍ରମା କରିଥିଲା । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ନିଜ ବକ୍ତବ୍ୟ ମାଧ୍ୟମରେ ଆମର ପରିବେଶକୁ ଆଜି ଆମେ ସମସ୍ତେ ସୁରକ୍ଷିତ ରଖିବାକୁ ପ୍ରୟାସ ଜାରି ରଖିବା । ପରିବେଷର ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କର ଅବଦାନ ରହିବା ଆବଶ୍ୟକ । ଆମେ ଆଜି ଯଦି ପରିବେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବା ତାହାଲେ ଆସନ୍ତାକାଲି ପରିବେଷ ଆମକୁ ସୁରକ୍ଷା ଦେବ । ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତିକା ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ ଏସବୁ ପ୍ରଦୂଷଣକୁ ଆମେ ସମସ୍ତେ ସଚେତନ ହୋଇ ସୁରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିବା ତାହାଲେ ଆମ ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଡ଼ଃ ତାପସ କୁମାର ମହାନ୍ତି, ସହାୟକ ଏଲ୍‌.ଏ.ଡ଼ିସ୍‌.ଏସ୍‌, ଭଦ୍ରକ ୨୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଏବଂ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମୀଗଣ, ସ୍ୱେଚ୍ଛାସେବୀ ଗଣ ଯୋଗାଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.