Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସାଇବର କ୍ରାଇମ୍ ଓ ନିଶା ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସାଇବର କ୍ରାଇମ୍ ଓ ନିଶା ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ

8

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚିଲ୍ଲା ସଂସ୍କୃତି ଭବନ ଭଦ୍ରକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଇବର କ୍ରାଇମ୍‌, ନିଶା ନିବାରଣ ନିମିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ଷେତ୍ରରେ ମହିଳମାନଙ୍କୁ ହେଉଥିବା ଯୌନଶୋଷଣ ସମ୍ବନ୍ଧରେ ଏହି ସବୁ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ବର୍ତମାନ ସମାଜରେ ନିଶାର ବ୍ୟବହାର ଏକ ବ୍ୟାଧି ଭଳି ଆଗକୁ ମାଡ଼ି ଚାଲିଛି । ତେଣୁ ନିଶା ନିବାରଣ ନିମିତତ୍ତ ଛାତ୍ରଛାତ୍ରୀମାନଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ନିଶା ନିବାରଣ ନିୟୁ ଲାଇଫ୍‌ର ବିକ୍ରମ କେଶରୀ ଦାସ ଉପଦେଶ ପ୍ରଦାନ କରିଥିଲେ । ମହିଳମାନେ ଯୌନ ଶୋଷଣର ଶିକାର ହେଉଥିଲେ ସେମାନେ କିପରି ସେଥିରୁ ମୁକ୍ତ ପାଇପାରିବେ ଏବଂ ଏସବୁ ସମ୍ବନ୍ଧୀୟ ଆଇନ ସଂପର୍କରେ ମଧ୍ୟ ଆଲୋକପାତ କରାଯିବା ସହିତ ଭିଡ଼ିଓ ମାଧ୍ୟମରେ ମଧ୍ୟ ପ୍ରଦର୍ଶିତ କରାଯାଇ ଆଇନ୍ ସମ୍ବନ୍ଧିତ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇଥିଲା । ପରିଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସାଇବର କ୍ରାଇମ୍ ଉପରେ ଇନ୍‌ସ୍ପେକ୍ଟର, ଭଦ୍ରକ ପୋଲିସ୍ ବନ୍ଦନା ଦେବୀ ଶିକ୍ଷଣୀୟ ଓ ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ ବିଭିନ୍ନ କଥାମାନ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମୀମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.