Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ନିମିତ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଡକ ସୁରକ୍ଷା ନିମିତ ସଚେତନତା କାର୍ଯ୍ୟକ୍ରମ

11

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଓଡିଶା ଗାନ୍ଧୀ ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ ମଣିଷ ଜୀବନ ଅମୂଲ୍ୟ, ଏଣୁ ଏହାର ସୁରକ୍ଷା ଆମର କର୍ତବ୍ୟ ଓ ଦାୟିତ୍ୱ । ଜୀବନ ସୁରକ୍ଷିତ ରହିଲେ ଦେଶ ଓ ଜାତି ହସି ଉଠିବ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍ ଡିଏସ୍ ସହାୟକ, ଡ. ତାପସ କୁମାର ମହାନ୍ତି, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ, ସୁବ୍ରତ କୁମାର ବିଶ୍ୱାଳ, ଏବଂ ସଦସ୍ୟ ପ୍ରଦୀପ୍ତ କର, ଓଡିଶା ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ତଥା ଏହି ଆଶ୍ରମର ସମସ୍ତ ସଦସ୍ୟ ତଥା ଅନ୍ତେବାସୀଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତ୍ୟବରେ କହିଥିଲେ ଯେ ବେଳେ ବେଳେ ସଡକ ଦୁର୍ଘଟଣା ଯୋଗୁ ମଣିଷ ଜୀବନର ସୁରକ୍ଷା ନଷ୍ଟ ହୋଇଥାଏ। ପୋକ ମାଛି ଭଳି ରାସ୍ତା ଉପରେ ତାଙ୍କ ଜୀବନ ଚାଲିଯାଏ । ଭାରତରେ ପ୍ରତିବର୍ଷ ହାରାହାରି ୧.୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି । ଗାଡି ମଟରର ବହୁଳ ବ୍ୟବହାର ଓ ଅସାବଧାନତା ଫଳରେ ମଣିଷ ବିପଦମୁଖୀ ଦୁର୍ଘଟଣାର ଶିକାର ହୋଇ ମହାମୂଲ୍ୟ ଜୀବନକୁ ହରାଇ ବସୁଛି । ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ସ୍ଲୋଗାନ ମାଧ୍ୟମରେ ସଚେତନ କରଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.