Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

3

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଜଗଦଳପୁର ଗ୍ରାମ ପଂଚାୟତ ସଭା ଗୃହ, ରାଣୀତାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ଉଦ୍‌ବୋଧନ ଦେଇ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଡ଼. ତାପସ କୁମାର ମହାନ୍ତି, ପ୍ରତିପକ୍ଷ ଓକିଲ, ଏଲ.ଏ.ଡ଼ିସ୍‌.ଏସ୍‌. ଏବଂ ନ୍ୟାୟ ରକ୍ଷକ ଭଦ୍ରକ, ସଞ୍ଜିତ ଦେଓ, ସହାୟକ ଶ୍ରମ ଅଧିକାରୀ, ଭଦ୍ରକ, ତେଜସ୍ୱୀନୀ ନାୟକ, ସହାୟକ ଶ୍ରମ ଅଧିକାରୀ, ଭଣ୍ଡାରୀପୋଖରୀ, ଭଦ୍ରକ, ପ୍ରତିଭା ମଞ୍ଜରି ସିଂ, ପଂଚାୟତ କାର୍ଯ୍ୟକାରି ଅଧିକାରୀ, ଭଦ୍ରକ, ତିଳୋତମା ମହାପାତ୍ର, ସରପଂଚ, ତଥା ୭୦ ରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକ ଅଦାଲତ ବିଷୟରେ, ମଧ୍ୟସ୍ଥତା ମାଧ୍ୟମରେ କିପରି ବିଚାରାଧିନ ଥିବା କେସ୍ ଗୁଡ଼ିକର ଅତି ସରଳ ଓ ସହଜରେ ସେମାନଙ୍କୁ ମିଳାମିଶା କରାଯାଇପାରେ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ଭଦ୍ରକ ଯାହାକି ଭଦ୍ରକ ଠାରେ ଅବସ୍ଥିତ ଏହାର କାର୍ଯ୍ୟ ଏବଂ ଏହି ଅଫିସ୍ ମାଧ୍ୟମରେ ଗରିବ ତଥା ନିଷ୍ପେସିତ ଲୋକମାନେ ଶୀଘ୍ର ଏବଂ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ଉପସ୍ଥିତ ଥିବା ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀ ରଥ ୧୫୧୦୦ ଦେୟମୁକ୍ତ ନମ୍ବର ବାବଦରେ ମଧ୍ୟ ଜଣାଇଥିଲେ। ଶ୍ରମ ଅଧିକାରୀ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟ। ଳୟ ଦ୍ୱାରା ସାଧାରଣ ଲୋକଟିଏ ବହୁତ ଗୁଡିଏ ସୁବିଧା ପାଇପାରିବା ସେ ସମ୍ବଦ୍ଧରେ ମଧ୍ୟ ଆଲୋକପାତ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀଗଣ ଏହି କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.