Home ଓଡ଼ିଶା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରାମଦ ଜବତ

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରାମଦ ଜବତ

139

କେନ୍ଦ୍ରାପଡା ୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୯ଲିଟର ୪୮୦ମିଲିଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି। ଶୁକ୍ରବାର ସକାଳ ୭ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିଲା। ଚାନ୍ଦୋଳର କାକତିଆ ଠାରେ ଚଢାଉ କରାଯାଇ ଧିରେନ ମଲ୍ଲିକଙ୍କ ଠାରୁ ୧୦ଲିଟର ବିଦେଶୀ ଚୋରାମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା। ଗୁଲନଗର ଗ୍ରାମର ଜଳଧର ସେଠୀଙ୍କ ଠାରୁ ୪ଲିଟର ୬୮୦ମିଲିଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେହିପରି ନରିଲୋ ଗ୍ରାମର ଗୋକୁଳାନନ୍ଦ ଜେନାଙ୍କ ଠାରୁ ୪ଲିଟର ୮୬୦ମିଲି ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ଏହି ଚଢାଉରେ ଅବକାରୀ ବିଭାଗର ସବଇନିସପେକ୍ଟର ସରୋଜ କୁମାର ବାଗ, କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଗିରଫ ଚୋରାମଦ ବେପାରୀ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.