Home କେନ୍ଦ୍ରାପଡ଼ା ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

33

କେନ୍ଦ୍ରାପଡ଼ା, ୨୨ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏସଡିଜେଏମ୍ ଅଢ଼ିତ ବେହେରା, ସବଜଜ କୁମୁଦିନୀ ମୁଦୁଲି, ସିଭିଲ କୋର୍ଟ ରେଜିଷ୍ଟ୍ରାର ପୂଣ୍ୟଶ୍ଳୋକ ରଥଙ୍କ ସମେତ ଅନ୍ୟ ଜଜମାନେ ଏବଂ ସରକାରୀ ଓକିଲ ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ରହି ଯୋଗ ପ୍ରାଣାୟମ କରିଥିଲେ। ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ। ଏହା ମନୁଷ୍ୟର ମାନସିକ, ଆଧ୍ୟାତ୍ମିକ ଓ ବୈାଦ୍ଧିକ ବିକାଶରେ ସହାୟକ ହେବା ସହ ରୋଗ ନିରାକରଣରେ ସହାୟକ ହୋଇଥାଏ ବୋଲି ଜିଲ୍ଲାଜଜ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋର୍ଟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.