Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ

ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ

25

ନୟାଗଡ଼, ୧୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ ଅଖଣ୍ଡ ଭଜନ ଉଦ୍‌ଯାପିତ ହୋଇଯାଇଛି। କଂଚନବିଲି ସାଇ ସେବା ସଂଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଧାର୍ମିକ ସମାରୋହ ଅଖଣ୍ଡ ଭଜନ ଗତକାଲି ଶନିବାର ସନ୍ଧ୍ୟା ୬ଘଟିକା ସମୟରୁ ଆରମ୍ଭ ହୋଇଥିବାବେଳେ ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ନୟାଗଡ଼ ଜିଲ୍ଲା ସାଇ ସେବା ସଂଗଠନର ସଭାପତି ପ୍ରତାପ ପରିଡ଼ା ଉତ୍ସବରେ ଯୋଗଦେଇ ଧାର୍ମିକ ଚେତନାର ସାଇକୃପା ସମ୍ବଳିତ ଦିବ୍ୟଜ୍ଞାନ ଉପରେ ସତ୍‌ସଙ୍ଗ ମାର୍ମିକ ବାଣୀ ଶୁଣାଇଥିଲେ। ଏଥିରେ ଦଶପଲ୍ଳା ସଂଗଠନର ପ୍ରତାପ ଦେହୁରୀ ଓ ରଶ୍ମୀତା ନାୟକ, ନୟାଗଡ଼ ସମିତିର ଦେବରାଜ ମହାପାତ୍ର, ନକୁଳ ନାୟକ, ସନ୍ତୋଷ ପ୍ରଧାନ, ଆବାହକ ଆଡଭୋକେଟ କାର୍ତ୍ତିକ ନାୟକ, ଡି.ମୋହନ ଦୋରା ପ୍ରମୁଖ ଯୋଗଦେଇ ଭଗବାନ ସାଇଙ୍କ କୃପା ପାଇବାର ସହଜ ଉପାୟ, ତ୍ୟାଗପୂତ ଜୀବନ, ଓ ଠାକୁରଙ୍କ ମହତବାଣୀ ଉପରେ ଦିଗଦର୍ଶନ ଦେଇଥିଲେ। କଂଚନବିଲି ସାଇ ସମିତିର ମୁଖ୍ୟ ରୁବି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଖଣ୍ଡ ଭଜନକୁ ଜଟାଧାରୀ ନାୟକ, ସୁରେନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ବେହେରା, ପ୍ରମିଳା ପ୍ରଧାନ ଓ ସ୍ୱର୍ଣ୍ଣଲତା ସାହୁ, ପରିଚାଳନା କରିଥିଲାବେଳେ ପ୍ରମୁଖ ସହଯୋଗ କରିଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ମୁଦୁଲି, ଶୁଭଦର୍ଶିନୀ ସାହୁ, ମମତା ପ୍ରଧାନ, ପ୍ରତିସୁଧା ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ସବିତା ନାୟକ ଓ ବିଦ୍ୟୁଲତା ମହାନ୍ତି ପ୍ରମୁଖ ସାଇ ଭଜନ ପରିବେଷଣ କରିଥିଲେ। ଏହି ଧାର୍ମିକ ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ବିଭୁକୃପା ଲାଭ କରିଥିଲାବେଳେ ସାଇବାବାଙ୍କ ଅଖଣ୍ଡ ଭଜନ ସହ ସତ୍‌ସଙ୍ଗ ଯୋଗୁଁ ସ୍ଥାନୀୟ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.