Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ହର୍‌ଘର୍ ତ୍ରିରଙ୍ଗା ଅଭିଯାନ, ତ୍ରିରଙ୍ଗା ଯାତ୍ରାରେ ସାଇକେଲ ଓ ମୋଟର ସାଇକେଲ

ଜିଲ୍ଲାସ୍ତରୀୟ ହର୍‌ଘର୍ ତ୍ରିରଙ୍ଗା ଅଭିଯାନ, ତ୍ରିରଙ୍ଗା ଯାତ୍ରାରେ ସାଇକେଲ ଓ ମୋଟର ସାଇକେଲ

12

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶ ତମାମ୍ ପାଳିତ ହେଉଥିବା ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ବିଶାଳ ସାଇକେଲ ଓ ମୋଟର ସାଇକେଲରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଦୀଲିପ୍ ରାଉତରାଏ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତ୍ରିରଙ୍ଗା କାନଭାସ୍‌ରେ ଘରେ ଘରେ ତ୍ରିରଙ୍ଗା, ଜୟହିନ୍ଦ୍ ଲେଖି ତ୍ରିରଙ୍ଗା ପ୍ରଦର୍ଶନ ପୂର୍ବକ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ୍ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଡି.ପି.ସି. ମିଶନ୍ ଶକ୍ତି ଅଭିକ୍ ନାରାୟିନ, ଆସିଷ୍ଟାଣ୍ଟ କଲେକ୍ଟର ସୁଧାଂଶୁ ମୋହନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମିଶନ୍ ଶକ୍ତି ମହିଳା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଭଦ୍ରକ କ୍ରୀଡ଼ାନୁଷ୍ଠାର ଖେଳାଳୀ, ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଏବଂ ଅନୁଷ୍ଠାନର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.