Home କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ୧୮ରେ

ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ୧୮ରେ

60

କେନ୍ଦ୍ରାପଡ଼ା ୧୬ -୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ୧୮ ତାରିଖ ପୁର୍ବାହ୍ଣ ୯ଟା ସମୟରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବାରଡାଙ୍ଗ ଗ୍ରାମ ପଞ୍ଚାୟତର ନନ୍ତାର ଗ୍ରାମର ଚାନ୍ଦିନି ଖେଳପଡିଆ ଠାରେ ଅନୁଷ୍ଠିତ ହେବ। ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡିଓ, ତହସିଲଦାର, ଶିଶୁବିକାଶ ଯୋଜନା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମିଳିତ ଅଭିଯୋଗ ଶୁଣାଣି ଓ ଏହାର ସାମଧାନରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନନେଇ ଅଭିଯୋଗ ପ୍ରକୋଷ୍ଠରେ ଅନୁପସ୍ଥିତ ରହିପାରିବେ ନାହିଁ। ଏହି ଶିବିରରେ ଜନସାଧାରଣ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଆସନ୍ତା ୨୫ ତାରିଖ ସକାଳ ୯ଟା ସମୟରେ ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.