Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କର ୨୦୧୬ ଆକ୍ଟ ଅନୁଯାୟୀ ଅଧିକାର ସଂପର୍କରେ ବୈଠକ

ଜିଲ୍ଲାସ୍ତରୀୟ ଭିନ୍ନକ୍ଷମମାନଙ୍କର ୨୦୧୬ ଆକ୍ଟ ଅନୁଯାୟୀ ଅଧିକାର ସଂପର୍କରେ ବୈଠକ

97

ନୟାଗଡ଼ ୨୧-୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ଆଜି ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ ମିନି କନଫରେନସ ହଲରେ ଭିନ୍ନକ୍ଷମ ଲୋକଙ୍କ ୨୦୧୬ ଆକ୍ଟ ଅନୁଯାୟୀ ଅଧିକାର ସଂପର୍କରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାୟକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଭିନ୍ନକ୍ଷମମନାଙ୍କ ପାଇଁ ସରକାର ବିଭିନ୍ନ ସୁବିଧା କରାଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଯୋଜନା ଅନୁଯାୟୀ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଛି। ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା ସୁଯୋଗ ଆଗରୁ ୭ପ୍ରତିଶତ ଥିବାବେଳେ ଏବେ ତାହା ୨୧ପ୍ରତିଶତକୁ ସରକାର ବର୍ଦ୍ଦିତ କରିଛନ୍ତି। ଏହା ଅଗଷ୍ଟ୧୩ ତାରିଖରୁ ଆରମ୍ଭ ହୋଇଛି ଏବଂ ସେପ୍ଟେମ୍ବର ୧ତାରିଖରୁ ୧୭ତାରିଖ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ଭିନ୍ନକ୍ଷମମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଜନସାଧାରଣଙ୍କ ଜାଣିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବ୍ୟାନର ଏବଂ ଲିଫଲେଟ୍ ଦ୍ୱାରା ଜିଲ୍ଲାରୁ ବ୍ଲକ ଏବଂ ପଂଚାୟତ ପର୍ଯ୍ୟନ୍ତ ଲୋକଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭିନ୍ନକ୍ଷମମାନେ ଯେପରି ଯାତ୍ରା ସମୟରେ ଗାଡ଼ି ମଟରରେ ସୁବିଧା ପାଇବେ ତାହା ବୈଠକରେ ଆଲୋଚନା କରାଯାଇଥିଲା। ଖେଳକୁଦରେ ସେମାନେ ଅଂଶ ଗ୍ରହଣ କରିପାରିବେ, ଚାକିରୀ କ୍ଷେତ୍ରରେ ୪ପ୍ରତିଶତ ଏବଂ ବାସଗୃହ ପାଇଁ ୬ପ୍ରତିଶତ ରିହାତି ପାଇପାରିବେ। ସେମାନଙ୍କ ସୁବିଧା ପାଇଁ ସବୁ ଅନୁଷ୍ଠାନରେ ର୍ୟାମ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସେପ୍ଟେମ୍ବର ମାସରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ହେବ। ସେମାନେ ବର୍ଷକୁ ୩୦୦ଟଙ୍କା ଦେଇ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କରିପାରିବେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ଏନ.ଜି.ଓ କର୍ମକର୍ତା ଏବଂ ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.