Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ

23

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସଂଧ୍ୟାରେ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ -୨୦୨୫ ବିଶ୍ୱ ପରିବେଶ ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅଶୋକ ଦାସ ଓ ସଭାପତି ଜିଲାପାଳ ଦିଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେଦ୍ରୁ କୁମାର ସାମଲ, ସିଡିଏମଓ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜଗନ୍ନାଥ ବେହେରା ଡିଇଓ ସାଳନ୍ଦୀ ସୁରକ୍ଷା ମଂଚ, ଡିଏଫଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଏହି ସଭା ପୂର୍ବରୁ ଜିଲ୍ଲା ସ୍ତରୀୟ ଏକ ବକୃତା “ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ପରିବେଶ’ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏଥିରେ କୃତିତ୍ୱ ଅର୍ଜୁନ କରିଥିବା ପିଲାମାନଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା। ବିଶ୍ୱ ଜଳବାୟୁ ପ୍ରଦୂଷଣ ଗୁରୂତ୍ୱକୁ ଲକ୍ଷ୍ୟ କରି ଜିଲ୍ଲାପାଳଙ୍କ ଉଦ୍ୟମରେ ଏକ ଆପ ବିଧାୟକ ଉଦ୍ଘାଟନ କରିଥିଲୋ। ଯାହା ଜିଲ୍ଲାର ଯେ କୌଣସି ବ୍ୟକ୍ତି ପ୍ରଦୂଷିତ ହେଉଥିବା ଅଂଚଳର ଫଟୋ ବା ଭିଡିଓ କରି ପଠାଇଲେ ସଙ୍ଗେ ସଙ୍ଗେ ଉକ୍ତ ବିଭାଗର ଅଧିକାରୀଙ୍କ ପାଖକୁ ସ୍ୱଂୟକ୍ରିୟା ମାଧ୍ୟମରେ ପଳାଇବ ଓ ସେ ତାର ସମାଧାନର ବାଟ ତୁରନ୍ତ ସମାଧାନ କରିବେ। ଏହି ଆପ ଦ୍ୱାରା ଜିଲ୍ଲାରେ ପ୍ରଦୂଷଣ କରୁଥିବା କାରକ ବନ୍ଦ ହୋଇପାରିବ । ଜିଲ୍ଲା ନଦୀ ନାଳ ସହର ପ୍ରଦୂଷଣ ମୁକ୍ତ ହୋଇପାରିବ। ଏହି ଆପ ଓଡ଼ିଶାରେ ଭଦ୍ରକ ଜିଲ୍ଲା ରେ ପ୍ରଥମେ କାର୍ଯ୍ୟକାରୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.