Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଦ୍ୟୁତ୍ କମିଟିର ପ୍ରଥମ ବୈଠକ

ଜିଲ୍ଲାସ୍ତରୀୟ ବିଦ୍ୟୁତ୍ କମିଟିର ପ୍ରଥମ ବୈଠକ

18

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ôଥକ ବର୍ଷ ୨୩-୨୪ ପାଇଁ ଭଦ୍ରକ ଜିଲ୍ଲାସ୍ତରୀୟ ବିଦ୍ୟୁତ କମିଟିର ୧ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକର ଆବାହକ ଟିପିଏନ୍‌ଓଡ଼ିଏଲ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପାଢ଼ୀଙ୍କ ଦ୍ୱାରା ବିଭାଗୀୟ କାର୍ଯ୍ୟାନ୍ୱୟନ ନେଇ ଏକ ଉପସ୍ଥାପନା ପରେ ସମଗ୍ର ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ ସମସ୍ୟା, ଆବଶ୍ୟକତା, ନୂତନ ପ୍ରକଳ୍ପ ଓ ପ୍ରସ୍ତାବ ଆଦି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା ।

ସରକାରଙ୍କ ପୃଷ୍ଠପୋଷକତାରେ ପ୍ରଣୀତ ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରୀତା ନେଇ ଆଲୋଚନା କରାଯାଇଥିଲା । ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ବିଦ୍ୟୁତକରଣ ହୋଇନଥିବା ଗୃହ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ସବୁକୁ ବିଦ୍ୟୁତ ଯୋଗାଣ ଦିଗରେ ପ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯାଇ ବାକି ରହିଯାଇଥିବା ଅତ୍ୟାବଶ୍ୟକ ଅଞ୍ଚଳରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସେହିପରି ବିଜୁ ସହରାଞ୍ଚଳ ଯୋଜନାରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ, ଚାନ୍ଦବାଲି ଓ ଧାମନଗର ଏନ୍‌.ଏ.ସି. ଅଞ୍ଚଳ ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ଓଡ଼ିଶା ବିତରଣ ବ୍ୟବସ୍ଥା ସଶକ୍ତ ପ୍ରକଳ୍ପ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଫନି, ଅମ୍ଫାନ୍‌, ୟାସ୍ ବାତ୍ୟା ସମୟରେ କ୍ଷୟକ୍ଷତି ନେଇ ନିର୍ମିତ ହେବାକୁ ଥିବା ବିଦ୍ୟୁତ ଯୋଗାଣ ନେଇ ବିଭିନ୍ନ ସକରାରୀ ପ୍ରକଳ୍ପ ଗୁଡ଼ିକର ପ୍ରଗତି ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ବିଭାଗୀୟ ମୁଖ୍ୟ ନିର୍ବାହୀ ଅଧିକାରୀ ଭାସ୍କର ସରକାର, ମୁଖ୍ୟ ପରିଚାଳକ ଅଧିକାରୀ ନିଲେଶ ପୋଟ୍‌ପଡ଼େ, ନିର୍ବାହୀ ଯନ୍ତ୍ରୀ ଭଦ୍ରକ ଉତ୍ତରଭାଗ ରତିରଞ୍ଜନ ରାଉତ, ଦକ୍ଷିଣଭାଗର ମନସ୍ୱିନୀ ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.