Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା, ଭାଗନେଲେ ୭ ବ୍ଲକର ୪୫୦ ପିଲା

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗିତା, ଭାଗନେଲେ ୭ ବ୍ଲକର ୪୫୦ ପିଲା

14

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସର ମଧ୍ୟରେ ଜିଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରିଡ଼ା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଯୋଗ, ଭଲି ବଲ, ଚେସ୍‌, ବ୍ୟାଡ଼ମିଂଟନ, ଫୁଟ୍‌ବଲ ଇତ୍ୟାଦି ଖେଳରେ ଜିଲାର ୭ଟି ବ୍ଲକର ୪୫୦ ପିଲା ଭାଗ ନେଇଥିଲେ। ଏହି ଅବସରରେ ସିଆରଏସ ହାଇସ୍କୁଲ ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ମୁଖ୍ୟବକ୍ତା ଭାବେ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକ, ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ତୃପ୍ତିମୟୀ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ, ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୁଧାଂଶୁ ଶେଖର ମାହୁନ୍ତ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ପିଲାମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ ବୋଲି କହିଥିଲେ। ସିଆରଏସ ହାଇସ୍କୁଲ ଶିକ୍ଷୟିତ୍ରୀ ରଶ୍ମିରେଖା ସୂତାର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ମାନସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଶଶିକାନ୍ତ ବେହେରା ଓ ଜିତେନ୍ଦ୍ର ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ, ଶିକ୍ଷକ ତପନ ମିଶ୍ର, ଅଶୋକ ପଣ୍ଡା, ମାନସ ନାୟକ, ବିଶ୍ୱରଂଜନ ମଲିକ, ସୁପ୍ରଭା ରାଉତ, ସ୍ୱର୍ଣ୍ଣଲତା ବେହେରା, ଗୀତାଂଜଳି ରଥ, ଗଂଗାଧର ସେଠୀ, ଶଚିକାନ୍ତ ପଣ୍ଡା, ରାଜକିଶୋର ମଲ୍ଲିକ, ପ୍ରଭାତ କୁମାର ଜେନା, ଜଗନ୍ନାଥ ଦ୍ୱିବେଦୀ, ବିକଶୀ ସାହୁ, ସୁରଜିତ ଭୋଇ, ରଂଜନ ବେହେରା, ତନ୍ମୟ ବେହେରା, ସତ୍ୟପ୍ରକାଶ ଦାସ, ରୀମା ନାୟକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ସିଆରଏସ ହାଇସ୍କୁଲର ଅନ୍ନପୂର୍ଣ୍ଣେଶ୍ୱରୀ ସାହୁ, ହିମାନୀ ନାୟକ, ଅନୁପମା ଗିରି, ପଂଚାନନ ଗୋଚ୍ଛାୟତ, ଶ୍ରୀକାନ୍ତ ପାତ୍ର, ଫିଲିପ୍ ବେହେରା, ପ୍ରଫୁଲ୍ଲ ସାହୁ, ଜ୍ୟୋତ୍ସ୍ନା ସାହୁ, ବନଜ୍ୟୋତ୍ସ୍ନା ପରିଡ଼ା, ପୁଷ୍ପଲତା ସାହୁ, ଶଶିରେଖା ଶତପଥି, ରୀତାରାଣୀ ପଣ୍ଡା, ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତି, ଭକ୍ତବନ୍ଧୁ ପତି, ରମେଶ ବେହେରା, ପ୍ରଶାନ୍ତ ମହାନ୍ତି, କୃତିବାସ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.