Home କନ୍ଧମାଳ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

40

କନ୍ଧମାଳ ୮-୫ : (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର‌୍ୟ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ବନ୍ଧୀୟ ପ୍ରସ୍ତୁତିର ସମୀକ୍ଷା ସହିତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟୟକୁ ମୁକାବିଲା କରିବା ପାଇଁ ଅଦ୍ୟାବଧି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସରକାରୀ ପଦାଧିକାରୀ ମାନେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହର ମୁକାବିଲା ପାଇଁ ସଜାଗ ହେବା ଯେମିତିକି ଶୁଷ୍କ ଖାଦ୍ୟ ଦ୍ରବ୍ୟ, ଔଷଧ, ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା, ଦୁର୍ବଳ ସ୍ଥିତିରେ ଥିବା ନଦୀ ଓ କେନାଲ ବନ୍ଧ ନିର୍ମାଣ ଆଦି ପ୍ରତି ଗୁରୁତ୍ୱ ଦେବା ସହିତ ବିପର‌୍ୟ୍ୟୟ ପରେ ଥଇଥାନ ପଦକ୍ଷେପକୁ ସଠିକ ଭାବେ ପରିଚାଳନା କରିବାକୁ ବୈଠକରେ ଉପସ୍ଥିତ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ ପରାମର୍ଶ ଦେଇଥିଲେ।ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବହୁ ଧନ ଜୀବନ ନଷ୍ଟକୁ ରୋକିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହି ସଠିକ ସମୟରେ ଆବଶ୍ୟକ ପଦକ୍ଷେପ ନେବା ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଜିଲ୍ଲାରେ କ୍ଷୁଦ୍ର ଜଳସେଚନର କୌଣସି ନଦୀ ବନ୍ଧ ଭାଙ୍ଗିଯିବା ଅବସ୍ଥାରେ ଅଛି କି ନାହିଁ ପଚାରି ବୁଝିଥିଲେ। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଦୁର୍ବଳ ସ୍ଥିତିରେ ଥିବା ସ୍ଥାନ ଓ ଅଞ୍ଝଳ ଆଦିର ପରିଦର୍ଶନ କରି ସଂପୃକ୍ତ ବିଭାଗକୁ ଅବଗତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର୍‍ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସଙ୍ଗେସଙ୍ଗେ ତୁରନ୍ତ ମରାମତି ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ ଏବଂ ବିଜ୍ଞାପିତ ଅଂଚଳ ପରିଷଦ ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଲୋକମାନଙ୍କୁ ବିପର‌୍ୟ୍ୟୟ ପୂର୍ବରୁ ଏବଂ ପରେ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। ତେବେ ଏ ଦିଗରେ ଏନଜିଓମାନଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ବିଜ୍ଞାପିତ ଅଂଚଳ ପରିଷଦ ଓ ପୌରପରିଷଦର ନିର୍ବାହୀ ଅଧିକାରୀମାନେ ଆବଶ୍ୟକ ପରିମାଣର ବ୍ଲିଚିଂ ପାଉଡର୍‍ ଯୋଗାଇ ଦେବା ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା କାର‌୍ୟ୍ୟ ତଦାରଖ କରିବେ। ବନ୍ୟା ପରେ ପରେ ସମ୍ଭାବ୍ୟ ମହାମାରୀ ଭଳି ରୋଗକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନା, ଅଙ୍ଗନୱାଡ଼ି କେନ୍ଦ୍ର, ବିଶେଷକରି ଅପହଞ୍ଚ ଅଞ୍ଚଳ ଏବଂ ଆଶାମାନଙ୍କ ପାଖରେ ପର‌୍ୟ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର୍‍, ହାଲୋଜିନ୍‍ ବଟିକା ଓ ଅନ୍ୟାନ୍ୟ ଦରକାରୀ ଔଷଧ ମହଜୁଦ୍‍ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ବିଦ୍ୟୁତ, ଟେଲି ଯୋଗାଯୋଗ ଏବଂ ରାସ୍ତା ଆଦିର ମରାମତି ପାଇଁ ଆବଶ୍ୟକ ସ୍ଥଳେ ଓଡ୍ରାଫ୍‍, ଏନଡିଆରଏଫର ସାହାଯ୍ୟ ନିମନ୍ତେ ଆଗୁଆ ଯୋଜନା କରାଯାଇଛି। ପ୍ରତି ବ୍ଲକରେ ଆଗୁଆଭାବେ ଆବଶ୍ୟକ ପଲିଥିନ ସିଟ୍‍ ମହଜୁଦ ରଖିବା ପାଇଁ ଜିଲ୍ଲାର ସମସ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ଆପତ୍‍କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ପ୍ରାରମ୍ଭିକ ସମ୍ଭାଷଣ ଦେବା ସହିତ ସଭା ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ବିଡିଓ, ତହସିଲ୍‍ଦାର୍‍, ସଂପୃକ୍ତ ବିଭାଗୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ପଦାଧିକାରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.