Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ପି.ଏମ୍‌–କିସାନ ଉତ୍ସବ ଦିବସ ପାଳିତ, ଭଦ୍ରକ ଜିଲ୍ଲାର ୧ ଲକ୍ଷ ୫୮ ହଜାର ୨୫୧...

ଜିଲ୍ଲାସ୍ତରୀୟ ପି.ଏମ୍‌–କିସାନ ଉତ୍ସବ ଦିବସ ପାଳିତ, ଭଦ୍ରକ ଜିଲ୍ଲାର ୧ ଲକ୍ଷ ୫୮ ହଜାର ୨୫୧ ଜଣ କୃଷକଙ୍କୁ ୩୧ କୋଟି ୬୫ ଲକ୍ଷ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ

13

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପି.ଏମ୍‌–କିସାନ) ଯୋଜନାର ୨୨ତମ କିସ୍ତି ସହାୟତା ରାଶି ପ୍ରଦାନ ଅବସରରେ ଭଦ୍ରକ ଜିଲ୍ଲା ଓ ବ୍ଲକ ସ୍ତରରେ ପି.ଏମ୍‌–କିସାନ ଉତ୍ସବ ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରିଣୀ ପ୍ରୀତିରେଖା ମହାଲିକ, ଜିଲ୍ଲା କୃଷି ଅଧିକାରୀ ଶଶିଭୂଷଣ ମହାପାତ୍ର ଓ ବରିଷ୍ଠ ବୈଜ୍ଞାନିକ ଡ଼ଃ ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କୃଷକମାନଙ୍କ ପାଇଁ ପି.ଏମ୍‌–କିସାନ ଯୋଜନାର ଗୁରୁତ୍ୱ ଓ ଲାଭ ସମ୍ପର୍କରେ ଅବଗତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ୧,୫୮,୨୫୧ ଜଣ ଜମିଧାରୀ କୃଷକଙ୍କୁ ପ୍ରତିଜଣଙ୍କୁ ୨,୦୦୦ ଟଙ୍କା ହିସାବରେ ମୋଟ ୩୧ କୋଟି ୬୫ ଲକ୍ଷ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶି କୃଷକମାନଙ୍କର କୃଷି କାର୍ଯ୍ୟକଳାପକୁ ସୁଦୃଢ କରିବା ସହ ତାଙ୍କ ଆର୍ôଥକ ସଶକ୍ତିକରଣରେ ସହାୟକ ହେବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.