Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଉଦ୍‌ଘାଟିତ

ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଉଦ୍‌ଘାଟିତ

3

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦ୍ୱିଦିବସ ବ୍ୟାପି ପିଏମ ଶ୍ରୀ ଜିଲ୍ଲାସ୍ତରୀୟ ଉତ୍ସବ ୨୦୨୫-୨୬ ପିଏମ୍ ଶ୍ରୀ ବିନ୍ଦୁମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବରେ ଭଦ୍ରକ ଜିଲ୍ଲାର ଏଗାରଟି ପିଏମ୍ ଶ୍ରୀ ବିଦ୍ୟାଳୟର ପାଞ୍ଚଶହରୁ ଅଧିକ ଛାତ୍ର/ଛାତ୍ରୀ, ସେମାନଙ୍କର ଗାଇଡ଼ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ନୂତନ ଶିକ୍ଷାନୀତି ଆଧାରରେ ଏକ ଆମୋଦ ଦାୟକ, ଉତ୍‌କର୍ଷତାପୂର୍ଣ୍ଣ ଶିକ୍ଷାଦାନର ଆଧାରରେ ଭିଜନ ୨୦୩୬ ଏବଂ ଭିଜନ ୨୦୪୭ ର ସାକାରତା ପ୍ରତିପାଦନ କରିଥିଲେ। ମୁଖ୍ୟ ଅତିଥି, ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ନୂତନ ଶିକ୍ଷାନୀତିର ମୂଳ ଲକ୍ଷ ଉତ୍‌କର୍ଷତା ଓ ଆଗ୍ରହ ପୂର୍ଣ୍ଣ ଶିକ୍ଷା ମାଧ୍ୟମରେ ନିଜର ପରିଚୟ ପ୍ରତିପାଦନ ବିଷୟରେ ଛାତ୍ର/ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ବରେଣ୍ୟ ଅତିଥି ମାନ୍ୟବର ଜିଲ୍ଲାପାଳ, ଭଦ୍ରକ ଦିଲୀପ କୁମାର ରାଉତରାୟ, ଶିକ୍ଷା ମାଧ୍ୟମରେ ପିଲାମାନେ ପ୍ୟାସନ୍ ସହିତ ପ୍ରଫେସନ ର ସଂଯୋଗ ଘଟାଇ ନିଜକୁ ସଫଳ ବ୍ୟକ୍ତିରେ ପରିଣତ ହୋଇପାରିବା କଥା ପିଲାମାନଙ୍କୁ କହିଥିଲେ। ଉତ୍ସବର ସଭାପତି, ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ ଡ. ଜଗବନ୍ଧୁ ସାହୁ ପିଏମ୍‌ଶ୍ରୀ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭଦ୍ରକ ସରୋଜ କୁମାର ଦତ, ଡି.ଏସ୍‌.ଡ଼ି. ଓ ଡି.ଇ.ଓ., ଅନିତା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଓ ତୃପ୍ତିମୟୀ ପାତ୍ର, ସୁକୀର୍ତି କର, ପ୍ରଧାନ ଶିକ୍ଷକ, ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ତଥା ଗୋଷ୍ଠି ଶିକ୍ଷାଧିକାରୀ, ବନ୍ତ, ଚକ୍ରଧର ମଲ୍ଲିକ, ଗୋଷ୍ଠି ଶିକ୍ଷାଧିକାରୀ, ଭଦ୍ରକ ଯୋଗଦାନ କରିଥିଲେ। ପିଏମ୍ ଶ୍ରୀ ବିନ୍ଦୁମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସମସ୍ତ କାର୍ଯ୍ୟର ସଂଯୋଜନା କରିଥିବା ବେଳେ ଏଗାରଟି ପିଏମ୍ ଶ୍ରୀ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ସହଯୋଗ କରିଥିଲେ। ପିଏମ୍ ଶ୍ରୀ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସାହୁ ସହଯୋଗ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.