ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ୨୦୨୫-୨୬ ବିନ୍ଦୁମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ମାନ୍ୟଗଣ୍ୟ ଅତିଥିମାନଙ୍କ ଉପସ୍ଥିତିରେ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ଼. ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡ଼ି.ଆଇ.ଇ.ଟି ଆଗରପଡ଼ାର ଅଧ୍ୟକ୍ଷ କାର୍ତିକେଶ୍ୱର ରାଉଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଓ ଡ଼. ପ୍ରଫୁଲ୍ଲ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ମାନ୍ୟବର ଭାରତ ସରକାରଙ୍କର ଏଭଳି ଅଭିନବ ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ପ୍ରାରମ୍ଭରେ ମଂଚାସୀନ ଅତିଥିମାନଙ୍କ ଦ୍ୱାରା ଜଗତରନାଥ ଜଗନ୍ନାଥ ନିଟକରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଧାମରାଇ ନୋଡ଼ାଲ ଊଚ୍ଚ ବିଦ୍ୟାଳୟର ଛାତ୍ରୀ କୁମାରୀ ପୂଜାରାଣି ବେହେରା ଅତିଥିମାନଙ୍କ ସହିତ ମଂଚାସୀନ ହୋଇ ଦୁଇ ଦିନ ବ୍ୟାପୀ ଉତ୍ସବର ନିଜର ଅଭିଜ୍ଞାତ ଉପସ୍ଥାପନ କରିଥିଲେ । ବି.ଏମ୍.ବାଗୁରାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ସଭାକାର୍ଯ୍ୟ ଆଗେଇ ନେବା ପାଇଁ ଶିକ୍ଷକ ରବିନାରାୟଣ ମହାନ୍ତି ମଂଚ ପରିଚାଳନା କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଧାମନଗର ହାଇସ୍କୁଲର ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ଏଗାରଗୋଟି ପିଏମ୍ ଶ୍ରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ବି.ଏମ୍.ବାଗୁରାଇ ହାଇସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ । କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଭୀମଚରଣ ପରିଡ଼ା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଭଦ୍ରକ କାର୍ଯ୍ୟଳୟର କର୍ମଚାରୀମାନେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି ।








