Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଶୁଭ ଉଦ୍ଘାଟନ ଉତ୍ସବ

ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଶୁଭ ଉଦ୍ଘାଟନ ଉତ୍ସବ

23
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୧୧ ଘଟିକା ସମୟରେ ଭଦ୍ରକ ବ୍ଲକସ୍ଥ ବରହମପୁର ସେବା ସମବାୟ ସମିତି ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବକୁ ବରହମପୁର ସେବା ସମବାୟ ସମିତିର ପ୍ରଶାସନିକ ଅଧିକାରୀ ତଥା ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ସତ୍ୟ ପ୍ରକାଶ ସେଠୀ ପରିଚାଳନା ଓ ସଂଯୋଜନା କରିଥିଲା ବେଳେ ଏହି ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯୋଗଦେଇ ରାଜ୍ୟ ସରକାର ଧାନ ଉପରେ ଅତିରିକ୍ତ ୮ ଶହ ଟଙ୍କା ଆଦାନ ସହାୟତା ପ୍ରଦାନ କରୁଥିବାରୁ ଚାଷୀମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଅଂଶ ଗ୍ରହଣ କରିଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ପ୍ରାରମ୍ଭିକ ଅଭିଭାଷଣ ରଖି ଧାନର ମାନ ଓ ମାପକାଠି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ଭଦ୍ରକ ଯୋଗାଣ ବିଭାଗର ଜିଲ୍ଲା ଅଧିକାରୀ ମନମୋହନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ରଖିଥିଲା ବେଳେ ସମବାୟ ବିଭାଗର ଡେପୁଟି ରେଜିଷ୍ଟାର ଦୁଃଖୀଆ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ନରହରି ସାହୁ ଯୋଗଦେଇଥିଲାବେଳେ ବେଳେ ବହୁ ଜିଲ୍ଲା ସ୍ତରୀୟ ଲାଇନ୍ ଡିପାର୍ଟମେଂଟର କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ। ସମିତିର କର୍ମଚାରୀ ବିଷ୍ନୁ ମୋହନ ଘଡ଼େଇ, ଅଭିମନ୍ୟୁ ଅରଖ, ପ୍ରିୟବ୍ରତ ବଳ, ରୋହିତ କୁମାର ଗିରି, ଅନିଲ କୁମାର ଖୁଂଟିଆ ପ୍ରମୂଖ ସଭାଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସହାୟକ ହୋଇଥିଲେ। ପ୍ରାୟ ଏକ ହଜାର ଲୋକଙ୍କର ଯୋଗଦାନ ସଭାର ଶ୍ରୀ ଓ ଗୁରୁତ୍ୱ ବୃଦ୍ଧି କରିଥିଲା ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଖରିଫ ବିପଣନ ଋତୁରେ ଜିଲ୍ଲା ସ୍ତରରେ ମୋଟ ୮୦୫୩୩ ଜଣ ପଞ୍ଜୀକୃତ ଚାଷିଙ୍କୁ ଠାରୁ ୩୩୦୫୫୦୬ କୁଇଂଟାଲ ଧାନ କ୍ରୟ କରିଥିଲା ବେଳେ ଚଳିତ ବର୍ଷ ୯୬୨୩୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ତେଣୁ କ୍ରୟ ଲକ୍ଷ୍ୟ ଅନ୍ୟୁନ ଚାଳିଶ ଲକ୍ଷ୍ୟ କୁଇଂଟାଲ କୁ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.