Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳିତ

ଜିଲ୍ଲାସ୍ତରୀୟ ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳିତ

67

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତଦାନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ୨୦୧୧ ମସିହା ଠାରୁ ପ୍ରତିବର୍ଷ ଜାନୁୟାରୀ ୨୫ରେ ପାଳିତ ହୋଇ ଆସୁଥିବା ଜାତୀୟ ମତଦାତା ଦିବସକୁ ଆଜି ଭଦ୍ରକ ଜିଲ୍ଲାସ୍ତରରେ ସଦ୍‌ଭାବନା ଗୃହରେ ପାଳନ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏହି ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ସରକାରୀ ନିର୍ଦ୍ଦେଶମତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ମତଦାନ ଅଧିକାର ସାବ୍ୟସ୍ତ କରିବା ନେଇ ସଚେତନତା ସୃଷ୍ଟି ଜରିଆରେ ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗନେବାକୁ ଉତ୍ସାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ବୋଲି ସେ ପ୍ରକାଶ କରିଥିଲେ। ଭୋଟର ସଚେତନ ହେଲେ ଦେଶର ବିକାଶ ସମ୍ଭବ ହୋଇଥାଏ। ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରରେ ଆୟୋଜନ କରାଯାଇଥିବା ବକ୍ତୃତା, ଚିତ୍ରାଙ୍କନ ଏବଂ କ୍ୱିଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। କୋଭିଡ଼୍ କଟକଣା ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଅଳ୍ପ କେତେଜଣ ନୂତନ ଯୁବ ଭୋଟରଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ପରିଚୟ ପତ୍ର ବଣ୍ଟନ କରାଯିବା ସହିତ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବି.ଏଲ୍‌.ଓ.ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ନିର୍ବାଚନ ଦାୟୀତ୍ୱରେ ଥିବା ଡ଼େପୁଟୀ କଲେକ୍ଟର କସ୍ତୁରୀବାଳା ଜେନା, ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି, ଭୂତତ୍ତ୍ୱବିତ୍ ସୁଶ୍ଳିଳା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.