Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ “କିଷାନ ସମ୍ମାନ ସମାରୋହ” ଦିବସ ପାଳିତ, ଜିଲ୍ଲାର ୧ ଲକ୍ଷ ୫୯ ହଜାର ୫୪୦...

ଜିଲ୍ଲାସ୍ତରୀୟ “କିଷାନ ସମ୍ମାନ ସମାରୋହ” ଦିବସ ପାଳିତ, ଜିଲ୍ଲାର ୧ ଲକ୍ଷ ୫୯ ହଜାର ୫୪୦ କୃଷକ ପାଇଲେ ୧୯ତମ କିସ୍ତି

12

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପି.ଏମ୍‌. କିଷାନ୍ ଯୋଜନାରେ ୧୯ ତମ କିସ୍ତି ହସ୍ତାନ୍ତର କରାଯିବା ଅବସରରେ ଭଦ୍ରକ ଜିଲ୍ଲାସ୍ତରୀୟ କିଷାନ ସମାରୋହ ଦିବସ ପାଳନ କାର୍ଯ୍ୟକ୍ରମ ଶହୀଦ ସ୍ମୃତି ଭବନରେ ଅନୁଷ୍ଠିୁତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ସଞ୍ଜୟ କୁମାର ମହାନ୍ତି, କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ ପ୍ରମୁଖ ଯୋଗଦେଇ ପି.ଏମ୍‌. କିଷାନ ଭଳି ଜନକଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ ଓ ଉପାଦେୟତା ସମ୍ବନ୍ଧରେ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି ବିହାରର ଭାଗଲପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମକୁ ଆଭାସି ଜରିଆରେ ଶହୀଦ ସ୍ମୃତି ଭବନରେ ଉପସ୍ଥିତ ଚାଷୀ, ହିତାଧିକାରୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ବିଭାଗୀୟ ସଂପୃକ୍ତ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯାଇଥିଲା। ପି.ଏମ୍‌. କିଷାନ ଯୋଜନା ଏକ କେନ୍ଦ୍ରୀୟ ଯୋଜନା। ଏହା ୨୦୧୮ ମସିହା ଡିସେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯାଇଅଛି। ଏହିଯୋଜନାରେ ଜମି ଥିବା କୃଷକ ମାନଙ୍କ ଚାଷ କାର୍ଯ୍ୟ ନିମନ୍ତେ ବିଭିନ୍ନ କୃଷି ସାମଗ୍ରୀ କ୍ରୟ ଜନିତ ଖର୍ଚ୍ଚ ବାବଦକୁ ବର୍ଷ ମଧ୍ୟରେ କିସ୍ତିପିଛା ୨୦୦୦ ଟ ହିସାବରେ ମୋଟ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଅଛି। ଚଳିତ ବର୍ଷଠାରୁ ସହରାଞ୍ଚଳରେ ଜମି ଥିବା କୃଷକ ମାନଙ୍କୁ ପି.ଏମ୍‌. କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଅଛି। ଏହା ସହିତ ମଧ୍ୟମ ଓ ବୃହତ କୃଷକ ମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଅଛି। ଚଳିତ ବର୍ଷ ଫେବୃୟାରୀ ମାସ ୨୪ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ୧୯ ତମ କିସ୍ତି ହସ୍ତାନ୍ତର କଲେ। ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ମୋଟ ୧ ଲକ୍ଷ୍ୟ ୫୯ ହଜାର ୫୪୦ ଜଣ ଜମିଥିବା କୃଷକଙ୍କୁ ୨ ହଜାର ଟଙ୍କା ଲେଖାଏଁ ଏହି ସହାୟତା ରାଶି ପ୍ରଦାନ କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.