Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ କାଳୀପୂଜା ସମନ୍ୱୟ କମିଟି ବୈଠକ, କୋବିଡ଼ ଆଇନ ଭଙ୍ଗ କଲେ ୧ ଲକ୍ଷ ଜୋରିମାନା...

ଜିଲ୍ଲାସ୍ତରୀୟ କାଳୀପୂଜା ସମନ୍ୱୟ କମିଟି ବୈଠକ, କୋବିଡ଼ ଆଇନ ଭଙ୍ଗ କଲେ ୧ ଲକ୍ଷ ଜୋରିମାନା ଓ ମାମଲା ରୁଜୁ

46

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଲକ୍ଷ୍ମୀପୂଜା ଓ ବହୁ ପ୍ରସିଦ୍ଧ କାଳୀପୂଜା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କୋବିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶଙ୍କ ସମତେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ କି ସମସ୍ତ ପୁଜା କମିଟି ପୂଜା ପୂର୍ବରୁ ଉପଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଅନୁମତି ନେବାକୁ ବାଧ୍ୟ । ମଣ୍ଡପ ଗୁଡିକର ୩ ପାଖ ପୂର୍ଣ୍ଣ ଆବଦ୍ଧ ହେବାକୁ ଥିବା ବେଳେ ସମ୍ମୁଖ ଭାଗ ଆବଦ୍ଧ ମଧ୍ୟ ହେବ । ମଣ୍ଡପରେ ପୁରୋହିତ, କର୍ତ୍ତାଙ୍କୁ ମିଶାଇ ୭ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ । ମୂର୍ତ୍ତି ଗୁଡିକର ଉଚ୍ଚତା ୪ ଫୁଟରୁ ଅଧିକ ହୋଇ ପାରିବ ନାହିଁ । ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କମିଟି ପକ୍ଷରୁ ପ୍ରତି ମଣ୍ଡପର ଭିତରେ ଓ ବାହାରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯିବ । ମଣ୍ଡପରେ ଉପସ୍ଥିତମାନେ କୋବିଡ଼ ନିୟମାନୁଯାୟୀ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା ସହିତ ସାନିଟାଇଜର ବ୍ୟବହାର କରିବେ । କୌଣସି ଅପେରା, ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ମାଇକ ଆଦି ବ୍ୟବହାର ହୋଇ ପାରିବ ନାହିଁ । ସେହିପରି ଭସାଣୀ ନିମନ୍ତେ କୌଣସି ଶୋଭାଯାତ୍ରା ହୋଇ ପାରିବ ନାହିଁ । ପ୍ରଶାସନ ପକ୍ଷରୁ ସ୍ଥିରିକୃତ ଅସ୍ଥାୟୀ ପୋଖରୀରେ ମୂ୍‌ର୍ତ୍ତି ସମୁହଙ୍କୁ ବିସର୍ଜନ କରାଯିବ । ତେବେ କୋବିଡ଼ – ୧୯ର ନିୟମକୁ କୌଣସି ମଣ୍ଡପରେ ଉଲଂଘନ ହେବାର ଜଣାଗଲେ ୧ ଲକ୍ଷ ଟଙ୍କା ଜୋରିମାନା ଏବଂ କମିଟି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଭାବେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଡ. ଦାସ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.