Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସସ୍ଥାୟୀ ଉନ୍ନୟନ ଲକ୍ଷ୍ୟ (ଏସ୍‌ଡିଜି) ବିଷୟରେ ପ୍ରଶିକ୍ଷଣ

ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସସ୍ଥାୟୀ ଉନ୍ନୟନ ଲକ୍ଷ୍ୟ (ଏସ୍‌ଡିଜି) ବିଷୟରେ ପ୍ରଶିକ୍ଷଣ

0

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସସ୍ଥାୟୀ ଉନ୍ନୟନ ଲକ୍ଷ୍ୟ (ଏସ୍‌ଡିଜି) ବିଷୟରେ ଏକ ଦିବସୀୟ ପ୍ରଶିକ୍ଷଣ କାଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପ୍ଲାନିଂ ଓ କନଭର୍ଜେନ୍ସ ବିଭାଗଙ୍କ ଯୁକ୍ତ ଉଦ୍ୟମରେ ଆୟୋଜିତ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ସରକାରୀ ଯୋଜନା ସମ୍ପୃକ୍ତ କାର‌୍ୟ ସମୂହକୁ ଏସ୍‌ଡିଜି ଲକ୍ଷ୍ୟସମୂହ ସହିତ ସମନ୍ୱୟ କରି ଭଲ ଶାସନ ଏବଂ ଗୁଣାତ୍ମକ ସେବାଦାନକୁ ଶକ୍ତିଶାଳୀ କରିବା। କାର‌୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏସ୍‌ଡିଜି ଲକ୍ଷ୍ୟର କାର୍ଯ୍ୟନିଷ୍ପାଦନରେ ବିଭାଗମାନଙ୍କ ଯୁକ୍ତ ଉଦ୍ୟମର ପ୍ର।ସଙ୍ଗିକତା ବ୍ୟକ୍ତ କରି ଅଧିକାରୀଙ୍କୁ ଭୂମିକା ପାଳନ ପାଇଁ ଆହ୍ୱାନ କଲେ। ଏସ୍‌ଡିଜି ପିସ୍‌, ପ୍ରୋସପେରିଟି, ପ୍ରୋଗ୍ରେସ, ପାର୍ଟନରସିପ୍‌, ଓ ପ୍ଲାନେଟ୍ ଉପରେ ପର୍ଯ୍ୟବେଶିତ ବୋଲି ଜିଲ୍ଲାପାଳ କହିଥିଲେ। ଏସ୍‌ଡିଜିର ପ୍ରଥମ ଲକ୍ଷ୍ୟ ହେଉଛି ଦରିଦ୍ରତା ନିରାକରଣ। ଏହାକୁ ସାର୍ଥକ କରିବା ପାଇଁ ଗ୍ରାମାଂଚଳ ହେଉ କି ସହରାଂଚଳ ସମସ୍ତ ଅଂଚଳକୁ ବାସଯୋଗ୍ୟ, ସୁନ୍ଦର ଏବଂ ସସ୍ଥାୟୀ ଭାବରେ ଗଢ଼ି ତୋଳିବା ଅତ୍ୟାବଶ୍ୟକ ବୋଲି ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ। ଦରିଦ୍ର ପରିବାରଙ୍କ ଆର୍ôଥକ ସାମର୍ଥ୍ୟ ବୃଦ୍ଧି, ମୌଳିକ ସେବାର ସୁବିଧା ପହଂଚାଇବା, ନିଯୁକ୍ତି ସୃଷ୍ଟି ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ମାଧ୍ୟମରେ ଏହି ଲକ୍ଷ୍ୟ ପ୍ରାପ୍ତି ସମ୍ଭବ ହେବ ବୋଲି ସେ ଉଲ୍ଲେଖ କଲେ। ପ୍ରଶିକ୍ଷଣ କାର‌୍ୟକ୍ରମରେ ବିଶେଷଜ୍ଞମାନଙ୍କ ଦ୍ୱାରା ଦରିଦ୍ରତା ନିରାକରଣ, ଗୁଣାତ୍ମକ ଶିକ୍ଷା, ସୁସ୍ଥ୍ ଜୀବନ, ଲିଙ୍ଗ ସମାନତା, ପରିବେଶ ସୁରକ୍ଷା, ସାର୍ବଜନୀନ ଭାଗିଦାରି ପରି ବିଭିନ୍ନ ଏସ୍‌ଡିଜି ତଥ୍ୟ ଓ କାର‌୍ୟନୈପୁଣ୍ୟ ବିଷୟରେ ଦଳସାଧିତ କାର୍ଯ୍ୟଶୀଳ ସତ୍ର ପରିଚାଳନା କରି ଅଧିକାରୀଙ୍କୁ ଖୋଲା ଆଲୋଚନା ପାଇଁ ସୁଯୋଗ ପ୍ରଦାନ କରାଗଲା। କାର‌୍ୟକ୍ରମରେ ବ୍ଲକ୍‌, ତହସିଲ୍‌, ପଂଚାୟତର ବିଭିନ୍ନ ଶାସନ ଅଧିକାରୀ, ଜିଲ୍ଲାସ୍ତରୀୟ ନୋଡାଲ୍ ଅଫିସର ମାନେ ଉପସ୍ଥିତ ହୋଇ ଝଊଏ ଆଧାରିତ ଯୋଜନାରେ ଭଦ୍ରକକୁ ଏକ ଦୃଷ୍ଟାନ୍ତ ଜିଲ୍ଲା ହିସାବରେ ପରିଣତ କରିବାପାଇଁ ସଙ୍କଳ୍ପ ବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.