Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରରେ ଶିଶୁ ଶ୍ରମିକ ବିଲୋପ ଓ ଯଶୋଦା ଯୋଜନା ମାଧ୍ୟମରେରେ ଶିଶୁଙ୍କୁ ଦକ୍ଷତା ବିକାଶରେ ସାମିଲ...

ଜିଲ୍ଲାସ୍ତରରେ ଶିଶୁ ଶ୍ରମିକ ବିଲୋପ ଓ ଯଶୋଦା ଯୋଜନା ମାଧ୍ୟମରେରେ ଶିଶୁଙ୍କୁ ଦକ୍ଷତା ବିକାଶରେ ସାମିଲ ସକାଶେ କର୍ମଶାଳା

19

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଶିଶୁ ଶ୍ରମିକ ବିଲୋପ ଓ ଯଶୋଦା ଯୋଜନା ମାଧ୍ୟମରେ ଶିଶୁ ଙ୍କୁ ଦକ୍ଷତା ବିକାଶ ରେ ସାମିଲ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ରୂପାଲି ମିତ୍ର, ଜିଲ୍ଲା ଶ୍ରମ ଅଧିକାରିଣୀ ପ୍ରେମ ମଞ୍ଜରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଜିଲ୍ଲା କର୍ମ ନିୟୋଜନ ଓ ଦକ୍ଷତା ଅଧିକାରିଣୀ ଅନିତା ନାୟକ, ବିଜ୍ଞାନ ପରିଦର୍ଶିକା ହିମାଦ୍ରି ତନୟା ବିଶ୍ୱାଳ, ଶିଶୁ ମଙ୍ଗଳ ସଦସ୍ୟ ପ୍ରଦୀପ୍ତ କୁମାର କର , ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଙ୍କ ମଞ୍ଚ ସଂଚାଳନ ରେ ବିଷୟ ବିଶାରଦ ରୂପେ କଲ୍ୟାଣ କିଶୋର ମହାନ୍ତି ଓ ବରିଷ୍ଠ ନାଗରିକ ପରିଷଦ ର ପରାମର୍ଶ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ କିଶୋର ନ୍ୟାୟ ଆଇନ ବ୍ୟବସ୍ଥାରେ ଶିଶୁ ମାନଙ୍କୁ ଦକ୍ଷତା ବିକାଶ ସକାଶେ ଯଶୋଦା ଯୋଜନା ମାଧ୍ୟମରେ କିପରି ସାମିଲ କରାଯିବ ଓ ଜିଲ୍ଲା ସ୍ତରରେ ଶିଶୁ ଶ୍ରମିକ ବିଲୋପ ପାଇଁ ସବୁସ୍ତରରୁ ବ୍ୟକ୍ତି ବିଶେଷ ଙ୍କ ପ୍ରଚେଷ୍ଟା ଆବଶ୍ୟକ । ଶିଶୁ ଶ୍ରମିକ,ଭିକ୍ଷା ବୃତି,ଅବହେଳିତ ଶିଶୁ ଙ୍କୁ ଉଦ୍ଧାର କରିବା ସହ ଥଇଥାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଶିଶୁ ଶ୍ରମିକ ଭଳି କୁତ୍ସିତ ପ୍ରଥା କୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ଓ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମତ ପାଇଥିଲା।ଏଥିପାଇଁ ସମସ୍ତ ବ୍ୟକ୍ତି ଓ ଅଂଶୀଦାର ପ୍ରମୁଖ ସହଯୋଗ କରିବା ଆବଶ୍ୟକ ବୋଲି କର୍ମଶାଳା ରେ ଉଲ୍ଲେଖ ହୋଇଥିଲା। ତେବେ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ। ତତ୍ ସହ ତୃଣ ମୂଳ ସ୍ତରରେ ପିତୃ ମାତୃ ହୀନ ଶିଶୁ ଙ୍କୁ ଯଶୋଦା ଯୋଜନା ରେ ସାମିଲ ସକାଶେ ସମସ୍ତଙ୍କୁ ଆଲୋକପାତ କରାଯାଇଥିଲା।କର୍ମଶାଳା ରେ ସମସ୍ତ ବ୍ଲକ୍ ରୁ ଶିଶୁ ବିକାଶ ଅଧିକାରିଣୀ, ମହିଳା ପରିଦର୍ଶିକା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶିଶୁ ଅନୁଷ୍ଠାନ ର କର୍ମକର୍ତା, ଚାଇଲ୍ଡ ଲାଇନ ର ପ୍ରକଳ୍ପ ସଂଜୋଜିକା ଶୁଭଶ୍ରୀ ପଢ଼ିଆରୀ, ରମାକାନ୍ତ ଜେନା,ଲକ୍ଷ୍ମଣ ଜେନା, ଦିଗ୍ ବିଜୟ ମହାନ୍ତି,ଚନ୍ଦ୍ରକାନ୍ତ ଗୋଚ୍ଛାୟତ ସମେତ ଶିଶୁ ସୁରକ୍ଷା ୟୁନିଟ ର ସ୍ୱାଗତିକା ବାରିକ୍‌,ବିଶ୍ୱ ନାରାୟଣ ପଣ୍ଡା,ମହେଶ ଚନ୍ଦ୍ର ଦାଶ,ଦମୟନ୍ତୀ ଦାଶ , ଲକ୍ଷ୍ମୀ ପ୍ରିୟା ମଲ୍ଲିକ,ସୁଭାଶିଷ ମିଶ୍ର, କୁଳଦୀପ ଜେନା, ଧୀରଜ୍ ବାରିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ବିଶ୍ୱ ନାରାୟଣ ପଣ୍ଡା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.