ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟ ହେଉଛି ବିଶ୍ୱର ସର୍ବ ପ୍ରାଚୀନ ଭାଷା। ଭାଷା ସାହିତ୍ୟ ବଂଚିଲେ ପ୍ରଦେଶ ବିକାଶ ହେବା ସହିତ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତା ବଜାୟ ରହିବ। ଭାଷା , ସାହିତ୍ୟ , ସଂସ୍କୃତି , ପରମ୍ପରାକୁ ସମ୍ମାନ ଦେଉଥିବା ମଣିଷ ହିଁ ବାସ୍ତବ ମଣିଷ। ସେହିଭଳି ଭଦ୍ରକ ଜିଲ୍ଲାର ଭାଷା ସାହିତ୍ୟ ଗବେଷକ, ଯେଉଁମାନେ ନିଜ ନିଜର ଜୀବନକୁ ଭାଷା ସାହିତ୍ୟ କ୍ଷେତ୍ରରେ ଉତ୍ସର୍ଗ କରି ସମାଜକୁ ଦେଇଛନ୍ତି ଏକାଧିକ ସ୍ୱ ରଚିତ ପୁସ୍ତକ, ଗ୍ରନ୍ଥ। ସେମାନଙ୍କ ମଧ୍ୟରୁ ନାଟ୍ୟକାର ସୁଧାକର ନନ୍ଦ, ପଣ୍ଡିତ ଦୈତ୍ୟାରି ମହାପାତ୍ର, ପ୍ରଫେସର ଗୋଲକ ବିହାରୀ ସାହୁ, ପ୍ରଫେସର ମନୀନ୍ଦ୍ର ମହାନ୍ତି, ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରଫେସର ବ୍ରଜ ମୋହନ ମିଶ୍ର, ଅଚ୍ୟୁତାନନ୍ଦ ସାମଲ, ଅର୍ଜୁନ ଚରଣ ପଣ୍ଡା, ପ୍ରଫେସର ଶଶଧର ଦାସ, ଡକ୍ଟର ଦୁର୍ଯ୍ୟଧନ ଦାସ, ଗଗନ ବିହାରୀ ରାଉତ, ବାଇଧର ପଳେଇ, ହରମୋହନ କୁଅଁର, ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ରବୀନ୍ଦ୍ର ବେହୁରିଆ , କରୁଣାକର ବେହୁରିଆ, ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି, ରସାନନ୍ଦ ମହାପାତ୍ର, ଗଣେଶ ପ୍ରସାଦ କରଶର୍ମା , ଚକ୍ରଧର ପଣ୍ଡା, ଡକ୍ଟର ବିଜୟ ନାୟକ, ବିଜୟ ଦାସ, ଜଗନ୍ନାଥ ସାମଲ, ସୁଦର୍ଶନ ଅଗସ୍ତି, ଉମାକାନ୍ତ ନାୟକ, ଡକ୍ଟର ଅଭୟ ନାୟକ, ସନ୍ତୋଷ ସାହୁ, ଅଜୟ ପଣ୍ଡା, ପ୍ରଫୁଲ୍ଲ ଦାଶ, ଦମୟନ୍ତୀ ନାଥ, ଭାସ୍କର ଚନ୍ଦ୍ର ପାଢି, ବାବୁରାମ ରାଉତ, ସତ୍ୟସୁନ୍ଦର ପରିଡ଼ା, ମନୋଜ ଜେନା, ପୁରୁଷୋତମ ଧଳ , ଟୁନିବାଳା ବିଶ୍ୱାଳ, ସତ୍ୟପ୍ରକାଶ ସେଠୀ, ଦୟାନିଧି ବେହେରା ପ୍ରମୁଖ ଅନ୍ୟତମ। ରାଜ୍ୟ ସରକାର ଏପ୍ରିଲ ମାସର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତକୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାର ବରିଷ୍ଠ ଓ ପ୍ରକୃତ ସାହିତ୍ୟିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ କିଛି ଅଣ ସାହିତ୍ୟିକ କୁଚକ୍ରୀଙ୍କ ଚକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଭାଷା ସାହିତ୍ୟ ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବା ସାହିତ୍ୟିକ ମାନଙ୍କୁ ଅଣଦେଖା କରିଥିବାରୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ବିଭିନ୍ନ ପ୍ରତିଷ୍ଠିତ ସଂଗଠନ ଭାଷା ସାହିତ୍ୟ ଗବେଷକ ମହଲରୁ ଦାବି ହେଉଛି।








